ପାରଳାଖେମୁଣ୍ଡି ବିଧାନସଭା ଆସନରେ କିଏ ହେବ ବିଧାୟକ…..?

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ବିଧାନସଭା ଲାଗି ଭୋଟ ଗ୍ରହଣ ଶେଷ ହେବା ପରେ ଏହି ଆସନ କିଏ ହାସଲ କରିବ ଏବଂ କିଏ ବିଧାୟକ ହେବ ତାହା – ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି। – ଦକ୍ଷିଣ ଓଡ଼ିଶାର ଏହା ଏକ ପ୍ରମୁଖ ନିର୍ବାଚନ ମଣ୍ଡଳୀ ହୋଇଥିବାବେଳେ – ଚଳିତ ନିର୍ବାଚନରେ ଏଠି ଅଧିକ ରୋମାଞ୍ଚକର ସ୍ଥିତି ଦେଖୁବାକୁ – ମିଳିଥିଲା । ୨୦୧୯ ନିର୍ବାଚନରେ – ଏଠାରେ ବିଜେଡି ୩ୟ ଓ କଂଗ୍ରେସ = ଚତୁର୍ଥ ସ୍ଥାନରେ ରହିଥିଲା । ଭାକପାର ଜିତାପଟ ହେଇଥିବାବେଳେ ଗତଥର ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ୁଥିବା ଡ. ତିରୁପତି ପାଣିଗ୍ରାହୀ ଦ୍ବିତୀୟ ସ୍ଥାନରେ ରହିଥିଲେ । ମାତ୍ର ଚଳିତ ନିର୍ବାଚନରର ଗଣିତ କିଛି ଅଲଗା ରହିଛି । ବିଜେଡିରୁ ଯୁବ ପ୍ରାର୍ଥୀ ରୂପେଶ ପାଣିଗ୍ରାହୀଙ୍କୁ ପ୍ରାର୍ଥୀ କରାଯାଇଛି । କଂଗ୍ରେସ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି- ଗତ ଥରର ବିଜୟା ପ୍ରାର୍ଥୀ କେ ନାରାୟଣ ରାଓଙ୍କୁ ପୁଣି ସୁଯୋଗ ଦେଇଛି। ଏହି ଆସନ ପାଇଁ ଗୁମ୍ମା ବ୍ଲକର ଭୋଟ ସର୍ବଦା ନିର୍ଣ୍ଣାୟକ ହୁଏ ଯାହାକି କଂଗ୍ରେସ ଦଳର ହେଇଥାଏ ଯାହା ଗଡ କୁହାଯାଏ । ଯେଉଁ କାରଣରୁ କଂଗ୍ରେସ ୨୦୧୪ରେ ଏହି ଆସନ ଜିତିଥିଲା । ମାତ୍ର ୨୦୧୯ ରେ ସେପରି କିଛି ପ୍ରଭାବ ଦେଖିବାକୁ ମିଳିଲା ନାହିଁ ବିଜେପି ସହଜ ବିଜୟ ହାସଲ୍ କଲା। ଚଳିତ ଥର କଂଗ୍ରେସ ଏହି ଭୋଟ ଉପରେ ଆଶା ବନ୍ଧିଛି । ଅନ୍ୟପକ୍ଷରେ ବିଜେଡ଼ି ଓ ବିଜେପି ଗୁମ୍ମା ସମେତି କାଶୀନଗର, ଗୋଷାଣୀ ଓ ପାରଳା ପୌରାଞ୍ଚଳ ଉପରେ ନକର ରଖୁଛନ୍ତି ଛନ୍ତି. କଂଗ୍ରେସ ମଧ୍ୟ ଏସବୁ ସ୍ଥାନ ଉପରେ କିଛିଟା ନିର୍ଭର କରୁଛି. ହେଲେ ପାରଳା ବିଧାନସଭା ଆସନରେ କେଉଁ ଦଳର ଜିତାପଟ ହେବ ଓ କିଏ ବିଧାୟକ ହେବ ତାହା ସ୍ପଷ୍ଟ ହେବ ଆଗାମୀ ଜୁନ 4 ତାରିଖ ଦିନ ଭୋଟ ଗଣତିର ଘୋଷଣା ପରେ.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ