ମୋହନା ବ୍ଲକରେ ସ୍ୱାସ୍ଥ୍ୟସେବା ଏକ୍ସରେ ଓ ଜନ୍ମମୃତ୍ଯୁ ପ୍ରମାଣପତ୍ର ରୁମରେ ଝୁଲୁଛି ତାଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ବ୍ଲକ ରାଜ୍ୟର ଦ୍ଵିତୀୟ ବୃହତମ ବ୍ଲକ ଅଟେ. ହେଲେ ଏହି ବ୍ଲକରେ ସ୍ୱାସ୍ଥ୍ୟସେବା ସମ୍ପୂର୍ଣ ବିପଯ୍ୟସ୍ତ ହୋଇପଡିଛି. ସଦାସର୍ବଦା ଏକ୍ସରେ ଓ ଜନ୍ମମୃତ୍ଯୁ ପ୍ରମାଣପତ୍ର କାର୍ଯ୍ୟାଳୟରେ ତାଲା ଝୁଲି ରହୁଛି. ଏନେଇ ସାଧାରଣଙ୍କ ଠାରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ତୁରନ୍ତ ଏହାର ପ୍ରତିକାର ପାଇଁ ଅଞ୍ଚଳବାସୀ ଦାବି ଜଣାଇ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଓଡ଼ିଶାର ୨ ୟ ବୃହତ୍ତମ ମୋହନା ବ୍ଲକ. ଲୋକେ ସ୍ବାସ୍ଥ୍ୟ ସେବା ସଠିକ ଭାବେ ପାଉ ତଳେ ଉନ୍ନ‌ତ ଚିକିତ୍ସା ପାଇଁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ମୋହନା ବ୍ଳକର ଜନ ସାଧାରଣ ସମେତ ପଡ଼ୋଶୀ ଜିଲ୍ଲା ରାୟଗଡ଼ା, କୋରାପୁଟ ଓ କନ୍ଧମାଳର ସୀମାବର୍ଷି ଅଞ୍ଚଳର ରୋଗୀ ରାତି ପାହିଲେ ମୋହନା ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଭରସା କରନ୍ତି I କାରଣ ମୋହନା ସ୍ବାସ୍ଥ୍ୟକେନ୍ଦ୍ର ୩୨୬ ନଂ ଜାତୀୟ ରାଜପଥ ପାର୍ଶ୍ବରେ ରହିଛି I ପ୍ରତି ଦିନ ୧୦୦ରୁ ଊର୍ଦ୍ଧ୍ବ ରୋଗୀ ଭରସା କରୁଥିବା ବେଳେ ଛୋଟ ବଡ଼ ଦୁର୍ଘଟଣାର ଶିକାର ରୋଗୀ ମଧ୍ଯ ଆସିଥାନ୍ତି। ହେଲେ ଡାକ୍ତର ରୋଗୀଙ୍କୁ ଏକ୍ସରେ ପାଇଁ ଲେଖୁଲେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | କାରଣ ଏକ୍ସରେ ଗୃହରେ ସବୁବେଳେ ତାଲା ଝୁଲି ରହୁଥ‌ିବା ଦେଖାଯାଉଛି। ବହୁ ଅପେକ୍ଷା କରି ତାଲା ଝୁଲୁଥିବା ଦେଖ୍ ନିରାଶରେ ଫେରି ଚଢ଼ା ଦରରେ ଏକ୍ସରେ ବାହାର କରିବାକୁ ବାଧ୍ୟ ହେଉଛନ୍ତି ରୋଗୀ। ସରକାର ) କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦାମିକିଆ ଏକ୍ସରେ ମେସିନ ବସାଇଛନ୍ତି। ତାହା ରୋଗୀ ସେବାରେ ଲାଗୁ ନ ଥିବା ଅଭିଯୋଗ ହେଉଛି| ମେସିନ କଳଙ୍କି ଖାଉଛି। ଖାଉଛି I ଦୀର୍ଘ ଦିନ ହେଲା ତାଲା ଝୁଲୁଥିବା ରୋଗୀ କହିଛନ୍ତି ଛନ୍ତି। ସେହିପରି ସ୍ବାସ୍ଥ୍ୟକେନ୍ଦ୍ରରେ ଜନ୍ମମୃତ୍ଯୁ ପଞ୍ଜୀକରଣ କେନ୍ଦ୍ର ରହିଛି। । ହେଲେ ହେ ଲୋକଙ୍କୁ ଠିକ ସମୟରେ ମିଳୁନି ପ୍ରମାଣପତ୍ର। ଅନେକ ସମୟରେ ଏହି ଏହି କାର୍ଯ୍ୟାଳୟରେ ମଧ୍ୟ ତାଲା ଝୁଲି ରହୁଥ‌ିବା ଦେଖାଯାଉଛି। ଲୋକେ ଲାକେ ପ୍ରମାଣପତ୍ର ନେବାପାଇଁ ଆସି ନିରାଶ ହୋଇ ଫେରି ଯାଉଛନ୍ତି | ସମସ୍ୟା ସମ୍ପର୍କରେ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଅଭିଯୋଗ କଲେ ସେ ଗୁରୁତ୍ବ ଦେଉନଥିବା ଲୋକେ ଅଭିଯୋଗ କରିଛନ୍ତି I ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ମୋହନା ସ୍ବାସ୍ଥ୍ୟକେନ୍ଦ୍ରର ସମସ୍ୟା ଦୂର କରିବା ପାଇଁ ସ୍ଥାନୀୟ ବାସିନ୍ଦା ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ