ମରେଇଗାଁ ସୋସୋ ରାସ୍ତା କାମ ନିମ୍ନ ମାନର

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ଏକ ପ୍ରମୁଖ ରାସ୍ତା ଭାବେ ପରିଗଣିତ ହୋଇଥିବା ଡେଙ୍କା ସୋସୋ ରାସ୍ତା କାମ ଅତି ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି। ଠିକାଦାର ଓ ଯନ୍ତ୍ରୀଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ରାସ୍ତାର ସ୍ଥାୟିତ୍ଵକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ମରେଇଗାଁ – ସୋସୋ ରାସ୍ତାର ଏହି ପ୍ରକଳ୍ପରେ ୧୪କିଲୋମିଟର ରାସ୍ତା ନିର୍ମାଣ ପାଇଁ ଖଣିଜ ପ୍ରତିଷ୍ଠାନ ଅନୁଦାନ ରେ ୨୨କୋଟି ୮୨ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିଲା। ଏହି ରାସ୍ତା ଦ୍ୱାରା ମରେଇଗାଁ, ସଙ୍ଖଣା, ତେନ୍ତୁଲିନଣ୍ଡା, ଜମ୍ଭିରା, ସଢା, ଢେଙ୍କା, ଆମ୍ବଗଡ଼ିଆ, ସୋସୋ ଆଦି ଗ୍ରାମର ଲୋକମାନେ ଉପକୃତ ହୋଇଥାନ୍ତି। ପୂର୍ବରୁ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡ଼ି ଥିବାରୁ ଅନେକ ଦାବି ପରେ ପ୍ରଶାସନ ପକ୍ଷରୁ ପୂର୍ତ୍ତ ବିଭାଗ ଅଧିନରେ ଏହି ରାସ୍ତାକାମ କରାଯିବାର ନିଷ୍ପତି ହୋଇ ଅନୁଦାନ ଯୋଗାଇ ଦିଆ ଯାଇଥିଲା। ୮/ ୬ /୨୦୨୨ ରେ ଏହି କାର୍ଯ୍ୟ ଆରମ୍ଭ ହେଇଥିବା ବେଳେ ୭/୧୦/୨୦୨୩ ସୁଦ୍ଧା ଏହି କାମ ସଂପୂର୍ଣ୍ଣ ହେବା ପାଇଁ ଧାର୍ଯ୍ୟ ହୋଇଥଲା। ଏମ୍.ଏସ. ଖିରୋଡିନି ଇମ୍ଫା ଷ୍ଟକ୍ଚର ନାମକ ଠିକା ସଂସ୍ଥା ପକ୍ଷରୁ ଏହି ରାସ୍ତା କାର୍ଯ୍ୟ ଆରମ୍ଭ କରାଯାଇଥିଲା। ରାସ୍ତାର ଉଭୟ ପାର୍ଶ୍ଵକୁ ସମ୍ପ୍ରସାରଣ କରାଯାଇଥିବା ବେଳେ ଏହାର ସବବେଶ କାର୍ଯ୍ୟ ଠିକ୍ ଭାବେ କରାଗଲା ନାହିଁ। ଫଳରେ ପିଚୁ ହେବାର ଦିନ କେଇଟା ଭିତରେ ରାସ୍ତାର ଉଭୟ ପାର୍ଶ୍ବ ଦବିଯାଇ ଖାଲ ସୃଷ୍ଟି ହୋଇଛି। ଏପରିକି ଢେଙ୍କା ବଜାର ନିକଟରେ ଥିବା ଦୁଇଟି ପୋଲର ଉଭୟ ପାର୍ଶ୍ବ ଧେଢ଼ ଫୁଟ ଗଭିରର ଖାଲ ହୋଇଛି। ସେହିପରି ଢେ଼ଙ୍କା ଠାରୁ ସୋସୋ ପର୍ଯ୍ୟନ୍ତ ରାସ୍ତାରେ ଅନେକ ସ୍ଥାନ ଦବି ଯାଇଥିବା ବେଳେ ଠିକାଦାର ରଙ୍ଗ ମାରି କାମ ସାରିଦେଇଥିବା ଦର୍ଶାଇଛି। ସେହିପରି ମରେଇଗାଁ ଠାରୁ ଢେଙ୍କା ପର୍ଯ୍ୟନ୍ତ କାମ ଅଧା ପନ୍ତରିଆ ହୋଇ ପଡ଼ି ରହିଛି। ବିଶେଷ କରି ରାସ୍ତା ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀ ମାନେ ଉପଯୁକ୍ତ ତଦାରଖ ନ କରିବାରୁ ଏପରି ଅବସ୍ଥା ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ କେଳୁ ଚରଣ ଦଳେଇ ଙ୍କୁ ପଚାରିବାରେ ସେ ଏହାର ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ