କହିବା ତ କାହାକୁ କହିବା

ଦିପ୍ତିମୟୀ ନାୟକ
ବେଳେବେଳେ ମନକୁ ଅନେକ କଥା ଆସିଥାଏ କିନ୍ତୁ ସେହି କଥା ଗୁଡିକୁ କାହାକୁ କହିହୁଏନି ଶେଷରେ ମନ କଥା ମନରେ ରଖି ଅନେକ ଲୋକ କୁହନ୍ତି କହିବା ତ କାହାକୁ କହିବା | ଯଦି ଆପଣ ଆପଣଙ୍କ ମନର କଥା କାହାକୁ କହିବେନି ତାହେଲେ କେମିତି ଅନ୍ୟମାନେ ସଚେତନ ହେବେ | ତେଣୁ ଅନ୍ୟମାନଙ୍କୁ ସଚେତନ କରିବାକୁ ହେଲେ ଆମକୁ କିଛି ସଚେତନତା ବାର୍ତ୍ତା ଦେବାକୁ ପଡିବ | ହୁଏତ ସେହି ବାର୍ତ୍ତାକୁ କିଏ ଗ୍ରହଣ କରିପାରନ୍ତି ନଚେତ ତାକୁ ଅନ୍ୟମାନେ ବିରୋଧ ମଧ୍ୟ କରିପାରନ୍ତି କିନ୍ତୁ ଏହା ସତ୍ୟ | ଏହା ହିଁ ଆଜିର ସମାଜରେ ଘଟିଚାଲିଛି ନିଜ ଦୁର୍ବଳତାକୁ ଲୁଚେଇ ଭଦ୍ରମୂଖା ତଳେ ଆଉ ଗୋଟେ ସୈତାନ ଚେହେରା ଲୁଚି ରହୁଛି | ତେଣୁ ସୈତାନଙ୍କୁ ମଧ୍ୟ ସୈତାନ ଭଳି ସାବାଡ଼ କରିବା ଉଚିତ |ତେବେ ସୋସିଆଲ ମିଡ଼ିଆ ଖୋଲୁ ଖୋଲୁ ସୋସିଆଲ ପୋଷ୍ଟ ଗୁଡିକ ଉପରେ ନଜର ପଡ଼ିଯାଏ | କେତେବେଳେ କିଏ କାହା ପ୍ରେମରେ ପଡି ନିଜ ଜୀବନ ହାରିଲାଣି ତ ଆଉ କିଏ କାହା ପ୍ରେମରେ ପାଗଳ ହୋଇ ସାଇବର ଠକାମୀର ଶିକାର ହେଲାଣି ତ ପୁଣି କିଏ ନିଜ ପାରିବାରିକ ଜୀବନରେ ଅଶାନ୍ତି ଖେଳେଇଲାଣି | ଆଉ ଏହାରି ଭିତରେ ମନକୁ ଅନେକ ପ୍ରଶ୍ନ ଆସେ ଯଦି ଗୋଟେ ପୁରୁଷ ଅନ୍ୟ ଜଣେ ନାରୀ ପଛରେ ପାଗଳ ହୁଏନି ତାହେଲେ କାହିଁକି ଏସବୁ ତା ଜୀବନରେ ଘଟିଯାଏ | କାହିଁ ଅନ୍ୟ ପୁରୁଷ ମାନେ ତ ଏହିସବୁ ସମସ୍ୟାର ସମ୍ମୁଖୀନ ହୁଅନ୍ତିନି | ତାହେଲେ କାହିଁକି ନିଜକୁ ସାଧୁ ବନେଇ ନିଜର ଦୋଷ ଦୁର୍ବଳତାକୁ ଲୁଚାନ୍ତି | କଣ ପାଇଁ କେବଳ କୁହନ୍ତି ଆମ ସହ ଏସବୁ ଘଟିଗଲା | ଯେତେବେଳେ ଏସବୁ ଘଟୁଥିଲା ସେତେବେଳେ କାହିଁକି ଏମାନେ ନୀରବଦ୍ରଷ୍ଟା ସାଜି ରହୁଥିଲେ | ଫେସବୁକ ରାତି ଅଧରେ ଖୋଲିଦେଲେ ଅନେକ ଲୋକଙ୍କ ମେସେଜ ଆସିଥାଏ ଆଉ ଏହାରି ଭିତରେ ସର୍ବାଧିକ ବୟସ୍କ ଲୋକଙ୍କ ମେସେଜ ଆସିଥାଏ | ସେହିସବୁ ମେସେଜ ଦେଖିଲା ପରେ ମନକୁ ଆସେ ଏମାନେ ଯେଉଁ ବୟସରେ ବିଶ୍ରାମ ନେବାକଥା ନିଜ ଅର୍ଦ୍ଧାଙ୍ଗିନୀ କଥା ଭାବିବା କଥା ଏମାନେ ସେହି ବୟସରେ ନିଜ ଅର୍ଦ୍ଧାଙ୍ଗିନୀ ସହ କଥା ହୁଅନ୍ତିନି ରାତି ଅଧରେ ଝିଅଙ୍କୁ ମେସେଜ କରି ଟିକେ କୌତୁହଳ କଥା ହେବାକୁ ଚାହାଁନ୍ତି | ସେମାନେ ହୁଏତ ଭୁଲିଯାଇଛନ୍ତି ଏଟା ଆଉ ପ୍ରେମ କରିବାର ବୟସ ନୁହେଁ ଏଟା ବିଶ୍ରାମ ନେବାର ବୟସ ବୋଲି | ବୟସ ବଢିଲେ ଦେହରେ ରୋଗ ଘର କରେ ବୋଲି ଶୁଣିଥିଲି କିନ୍ତୁ ବୟସ ବଢିଲେ ଏଭଳି ହୀନଲୋକ ହୀନ ଚିନ୍ତାଧାରା ନେଇ ଠକାମୀର ଶିକାର ହେଉଥିବାର କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲି | ସବୁ ବୟସ୍କ ଲୋକ ସମାନ ନୁହଁନ୍ତି କିନ୍ତୁ କିଛି ବୟସ୍କ ବ୍ୟକ୍ତି ଏମିତି ଭାବୁଛନ୍ତି ଯେମିତି ସେମାନେ ଆଉ ବୁଢା ନୁହେଁ ନିଜ କିଶୋରବସ୍ଥାକୁ ପଳେଇ ଆସିଛନ୍ତି | ସାର, ଜେଜ ଡାକ ଶୁଣିବା ବଦଳରେ ଏମାନଙ୍କୁ ଧନ, ସୋନା, ବେବି ଡାକ ଲୋଡ଼ା ପଡୁଛି | ସମ୍ମାନ ଦେଲେ ହଜମ ହେଉନି ସେଥିପାଇଁ ଆପଣରୁ ତୁ, ତୁମେ ବୋଲି ସମ୍ବୋଧିତ କର ବୋଲି ଶୁଣିବାକୁ ମିଳୁଛି | ରାତି ଅଧରେ ରାତି ଅନିଦ୍ରା ରହି ଝିଅଙ୍କ ପାଖକୁ ମେସେଜ ପଠିଆ ଯାଉଛି | ଡାଏବେଟିସ କଣ୍ଟ୍ରୋଲ କରିବା ଜାଗାରେ ଆଜିକା ବୟସ୍କ ଝିଅକୁ କଣ୍ଟ୍ରୋଲ କରିବା ଶିଖିବାକୁ ଚେଷ୍ଟା କରୁଛନ୍ତି | ଆଉ ରହିଲା ସେମାନଙ୍କ ଦେହରେ ଥିବା ପୀଡା ଝିଅଙ୍କ ସହ କଥା ହେଲେ ବୋଧେ କମିଯାଉଛି | ସବୁ ଝିଅ ସମାନ ନୁହଁନ୍ତି କିନ୍ତୁ ଆଜିକା ଦିନରେ ଅର୍ଥ ଆଉ ପଦବୀର ଲୋଭ ଦେଖେଇ ଝିଅଙ୍କ ଜୀବନ ସହ ଖେଳିବାକୁ ଚାହୁଁଛନ୍ତି | ଶେଷରେ ନିଜେ ଠକାମୀର ଶିକାର ହେଉଛନ୍ତି | ଯଦି ବ୍ୟକ୍ତିତ୍ୱ ଏତେ ଭଲ ତାହେଲେ କାହିଁକି ନିଜ ବ୍ୟକ୍ତିତ୍ୱରେ ଏମିତି ଦାଗ ଲଗାନ୍ତି ଏଭଳି ଲୋକ | ଯେତେବେଳେ କୌଣସି ବ୍ୟକ୍ତିର ଚରିତ୍ର ଆଉ ବ୍ୟକ୍ତିତ୍ୱରେ ଥରେ ଦାଗ ଲାଗିଯାଏ ସେତେବେଳେ ସେହିମାନଙ୍କୁ ଆମ ସମାଜ ଚରିତ୍ରହୀନ ବୋଲି କୁହେ | ଏକଥା ଜାଣିବାପରେ ମଧ୍ୟ ଲୋକମାନେ ସେହି ମିଛୁଆ ମାନଙ୍କୁ ବେଶି ବିଶ୍ୱାସ କରୁଛନ୍ତି | ଟାଇମପାସ କରିବା ନାଁରେ ନିଜକୁ ବର୍ବାଦ କରିବା କରିବା ସହ ଠକାମୀର ଶିକାର ହେଉଛନ୍ତି | ତେଣୁ ବୟସ୍କ ମାନଙ୍କୁ ଗୋଟେ କଥା ରାତି ଅନିଦ୍ରା ନରହି ବିଶ୍ରାମ କରନ୍ତୁ | ନିଜ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଆଉ ଯଦି ସମୟ ପାଉଛନ୍ତି ସେହିସବୁ ସମୟ ନିଜ ପରିବାରକୁ ଦିଅନ୍ତୁ | କୌଣସି ଝିଅଙ୍କୁ ରାତି ଅଧିଆ ମେସେଜ କରିବା ଭୁଲିଯାଆନ୍ତୁ କାରଣ ସମସ୍ତେ ଅନଲାଇନ ରହି ଚାଟିଙ୍ଗରେ ବ୍ୟସ୍ତ ନଥାନ୍ତି କେହି କେହି ରାତି ଅଧିଆ ଅନଲାଇନ ରହି ପାଠ ପଢିବାରେ ବ୍ୟସ୍ତ ଥାଆନ୍ତି | ନିଜ ସମ୍ମାନ ନିଜ ହାତରେ ତେଣୁ ନିଜ ସମ୍ମାନକୁ ଏମିତି ହରାନ୍ତୁନି | ସୁନ୍ଦରୀ ଝିଅ ଫୋଟ ଦେଖି ତା ପାଖକୁ ରାତି ଅଧିଆ ମେସେଜ କରନ୍ତୁନି କି କୌଣସି ଝିଅ ଠାରୁ ଏମିତି ଅପମାନିତ ହୁଅନ୍ତୁନି କିମ୍ବା କୌଣସି ଠକାମୀର ଶିକାର ହୁଅନ୍ତୁନି |

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ