ବିଧାୟକ ଭାବେ ନିର୍ବାଚିତ ପରେ ଗଣେଶ୍ୱରଙ୍କ କେନ୍ଦ୍ରାପଡାରେ ପଦଯାତ୍ରା

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡାର ନବ ନିର୍ବାଚିତ ବିଜେଡି ବିଧାୟକ ଗଣେଶ୍ୱର ବେହେରା ତାଙ୍କର ହଜାର ହଜାର କର୍ମୀ ଓ ଦଳୀୟ କର୍ମକର୍ତ୍ତାଙ୍କ ସହିତ ରବିବାର ଅପରାହ୍ନରେ ତିନିମୁହାଣୀ ଛକରୁ ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ରଥଦାଣ୍ଡ ପର୍ଯ୍ୟନ୍ତ ପଦଯାତ୍ରା କରିଛନ୍ତି । ଏହି ପଦଯାତ୍ରା ତିନିମୁହାଣୀରୁ ବାହାରି ନୂଆବସଷ୍ଟାଣ୍ଡ, କାକଟଛକ, ବଡହାଟ, ପୁରୁଣା ବସଷ୍ଟାଣ୍ଡ ଓ ସାନ୍ତସାହି ଛକ ଦେଇ ଇଛାପୁରସ୍ଥିତ ଶ୍ରୀବଳଦେବଜୀୟୁଙ୍କ ରଥଦାଣ୍ଡରେ ଶେଷ ହେବା ପରେ ଶ୍ରୀ ବେହେରା ମନ୍ଦିରକୁ ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରି ଆଶ୍ରୀର୍ବାଦ ନେଇଥିଲେ । ସହରର ବିଭିନ୍ନ ଛକ ଗୁଡିକରେ ବିଧାୟକ ଶ୍ରୀ ବେହେରାଙ୍କୁ ପୁଷ୍ପମାଲ୍ୟ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଲୋକମାନେ ସ୍ୱାଗତ କରିଥିଲେ । ଶ୍ରୀ ବେହେରା ଏହି ଅବସରରେ କହିଥିଲେ ଯେ କେନ୍ଦ୍ରାପଡା ଭୋଟଦାତା ଭାଇଭଉଣୀ ଓ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆର୍ଶିବାଦରୁ କେନ୍ଦ୍ରାପଡା ବିଧାନସଭାରେ ବିଜେଡିର ବିପୁଳ ବିଜୟ ହୋଇଥିବାରୁ କେନ୍ଦ୍ରାପଡାବାସୀ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ସେ ଗଭିର କୃତଜ୍ଞତା ଜ୍ଞାପନ କରୁଛନ୍ତି । ଏହି ପଦଯାତ୍ରାରେ ପୌରାଧ୍ୟକ୍ଷା ସାରିତା ସାହୁ, ଜିଲ୍ଲା ବିଜେଡି ସଭାପତି ଧିରେନ ସାହୁ, ନଗର ବିଜେଡି ସଭାପତି ଯଯାତୀ କେଶରୀ ମହାନ୍ତି, ଜିଲ୍ଲା ମହିଳା ବିଜେଡି ସଭାପତି ରୋସ୍ନା ସାହୁ, ରାଜ୍ୟ ବିଜେଡି ଯୁଗ୍ମ ସମ୍ପାଦକ ରାଜେଶ ପଣ୍ଡା, ସ୍ୱୟଂପ୍ରଭା କର, ବିଜେଡି ସାଧାରଣ ସଂପାଦକ ରଞ୍ଜିତ ସାହୁ, ଗୋପିନାଥ ବାରିକ, ସେକ ଗୋଫ୍ରାନ୍‌(ଗୋପି) ହିରଣ୍ୟ ପଣ୍ଡା, ଜୟନ୍ତି ପାଣି, ଉମେଶ ନାୟକ, ଚୌଧୁରୀ ସୁକୁମାର ଦାସ, ଲିଲିତା ଦାସ, ସୃତିପ୍ରଜ୍ଞା ଶତପଥି, ଦେବେନ୍ଦ୍ର ରାଉତ, ସେକ ନସିମୁଦ୍ଦିନ, ସେକ ଅସଲମ, ପ୍ରଦୀପ କୁମାର ଜେନା, ପ୍ରଦୀପ ନାୟକ, ରମେଶ ଚନ୍ଦ୍ର ଦାସ, ନିରାକାର ସ୍ୱାଇଁ, କମଳାକାନ୍ତ ବେହେରା, ଆଶିଷ ମେକାପ, ସେକ ରହେମତ, କାଳୀ ପ୍ରସାଦ ମିଶ୍ର, ଅଜୟ ଶତପଥି, ସୌମେନ୍ଦ୍ର ପୃଷ୍ଟି, ଯଯାତି ମହାନ୍ତି, ସୁରେନ୍ଦ୍ର ମଣ୍ଡଳ, ମନୋରଞ୍ଜନ ସାହୁ, ଏମଡି ନିଆଜ, ସୁନିଲ ମହାପାତ୍ର, ବ୍ଲକ ଅଧ୍ୟକ୍ଷା ରଶ୍ମୀତା ସେଠୀ, ଉପାଧ୍ୟକ୍ଷ ପ୍ରତାପ ନାରାୟଣ ମହାପାତ୍ର, ବିଜେଡି ବ୍ଲକ ସଭାପତି ଆଲୋକ ସାହୁ, ପ୍ରଦୀପ୍ତ ମହାନ୍ତି, ରାଜେଶ ମହାନ୍ତି, ହିବଜୁର ରହେମାନ, ମୀର ମୁର୍ସିଦ, ଶିବ ପ୍ରସାଦ ଭୋଳ, ସେକ ଫକିରୁଦ୍ଦିନ(ଟିକନ), ସେକ ଜରାର, ହବିବୁଲ୍ଲା ଖାନ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ