ଵଞ୍ଚୋ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଅବ୍ୟବସ୍ଥା, ବିଦ୍ୟୁତ ଆଘାତରେ ଲାଗି ଦୁଇ ଆହତ

ହାଟଡ଼ିହି, (ବିକାଶ ବିଶ୍ୱାଳ):ଆନନ୍ଦପୁର ଉପଖଣ୍ଡ ଵଞ୍ଚୋ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ଆଜି ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଛି। ଦୁଇଦିନ ପରେ ଆଜି ବ୍ୟାଙ୍କ ଖୋଲି ଥିବାରୁ ଶହ ଶହ ଗ୍ରାହକଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ଲୋକମାନେ ବ୍ୟାଙ୍କ ଭିତରକୁ ପଶି ପାରୁନଥିବା ବେଳେ ଗ୍ରାହକ ମାନଙ୍କ ଅପେକ୍ଷା କରିବା ପାଇଁ ଥିବା ଘରେ ଶହ ଶହ ଲୋକ ରୁଣ୍ଡିଭୂତ ହୋଇଥିଲେ। ପ୍ରଚଣ୍ଡ ରୌଦ୍ରତାପ ଓ ଗୁଳୁଗିଳି ଯୋଗୁ ଗ୍ରାହକ ମାନେ ନାହିଁ ନଥିବା ଅସୁବିଧା ଭୋଗିଥିଲେ। ଏପରିକି ସେଠାରେ ଫ୍ୟାନର ବ୍ୟବସ୍ଥା ନଥିବାରୁ ବରିଷ୍ଠ ନାଗରିକ ମାନେ ଅଣ ନିଶ୍ଵାସୀ ହୋଇପଡିଥିଲେ। ଏନେଇ ଗ୍ରାହକ ମାନେ ପାଟିତୁଣ୍ଡ କରିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷ ଏକ ଛିଣ୍ଡା ତାରରେ ଫ୍ୟାନ ଲଗାଇ ଦେଇଥିଲେ। ଏହି ଛିଣ୍ଡା ତାର ସଂସ୍ପର୍ଶରେ ଆସି ଵଞ୍ଚୋ ଗ୍ରାମର ନାରାୟଣ ମାଝୀ ଓ କରଗୋଳା ଗ୍ରାମର ସୁରୀ ଜେନା ନାମକ ଦୁଇଜଣ ଗ୍ରାହକ ଆହତ ହୋଇଥିଲେ। ଅନ୍ୟ ଗ୍ରାହକ ମାନେ ସେମାନଙ୍କୁ ଉଦ୍ଧାର କରି ସେବା ଶୁଶ୍ରୁଷା କରି ସୁସ୍ଥ କରିଥିଲେ। ଏହାକୁ ନେଇ କିଛି ସମୟ ପାଇଁ ବ୍ୟାଙ୍କ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଗ୍ରାହକ ମାନଙ୍କ ପାଇଁ ବ୍ୟାଙ୍କ ଚାଲିଛି, ଏଣୁ ସେମାନଙ୍କ ସୁବିଧା ସୁଯୋଗ ଯୋଗାଇଦେବା ବ୍ୟାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ଗ୍ରାହକ ମାନେ ଅଭିଯୋଗ କରିଛନ୍ତି। ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାହକ ମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ବ୍ୟାଙ୍କର ଶାଖା ପରିଚାଳକ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବ୍ୟାଙ୍କର ନବୀକରଣ କାର୍ଯ୍ୟ ଚାଲିଛି। ପିଏମ କିଷାନ ରାଶି ଗ୍ରାହକଙ୍କ ଖାତାକୁ ଚାଲି ଆସିଥିବାରୁ ରଜ ପର୍ବ ଥିବାରୁ ଆଜି ଏକ ସମୟରେ ଦୁଇ ଶହ ରୁ ଉର୍ଦ୍ଧ ଲୋକ ବ୍ୟାଙ୍କ କୁ ଆସିଯିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ସଂଗେ ସଂଗେ ସମାଧାନ କରାଯାଇ ଗ୍ରାହକ ମାନଙ୍କୁ ସେବା ଯୋଗାଇ ଦିଆଯାଇଛି ବୋଲି କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ