ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କାଠ ଫାଳିଆରେ ଆକ୍ରମଣ

ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ଥାନା ସ୍ଥିତ ବାହାଡାଗୁଡ଼ା ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କାଠ ଫାଳିଆ ଆକ୍ରମଣ କରିବା ଫଳରେ ଜଣକଙ୍କ ମୁଣ୍ଡରେ ଭୀଷଣ ଆଘାତ ହୋଇଥିବା ଜଣାପଡ଼ିଛି। ଘଟଣାରୁ ଶୁଣିବାକୁ ମିଳିଛି ବାହାଦାଗୁଡ଼ା ଗ୍ରାମର ଯୁବରାଜ ପ୍ରଧାନ (୨୫) ଗାଁ କୋଠ ଘରେ ବସିଥିବା ବେଳେ ସେହି ଗ୍ରାମର ଦିବାକର ପ୍ରଧାନ (୨୭) ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କାଠ ଫାଳିଆରେ ଅଚାନକ ଆକ୍ରମଣ କରି ପ୍ରାଣରେ ମାରିଦେବା ପାଇଁ ଧମକ ଦେଇଥିବା ଜଣାପଡ଼ିଛି । ଯୁବରାଜଙ୍କ ମୁଣ୍ଡରେ ଭୀଷଣ ଆଘାତ ହୋଇଥିବା ବେଳେ କୌଶଳରେ ସେ ଘଟଣା ସ୍ଥଳରୁ ଦୌଡ଼ି ପଳାଇଥିଲେ।ଦିଗପହଣ୍ଡି ମେଡିକାଲରେ ପହଞ୍ଚି ଚିକିତ୍ସା କରାଇଥିବା ପରେ ଏନେଇ ପାଟପୁର ଥାନାରେ ଏତଲା ଦେଇଛନ୍ତି ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ଶୁଣିବାକୁ ମିଳିଛି।ପାଟପୁର ଥାନା ପକ୍ଷରୁ ସୂଚନା ମିଳିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ