୬୯ତମ ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ ସମୂହ ଦୌଡକୁଦ ଓ ଯୋଗାସନ ପ୍ରତିଯୋଗିତା-୨୦୨୫ ଉଦ ଯାପିତ

ଛତ୍ରପୁର, (ଓ୍ବାଇଏନଏସ):  ଗଞ୍ଜାମ ଜିଲ୍ଲା ବିଦ୍ୟାଳୟ କ୍ରୀଡ଼ା ସଂଗଠନ ପକ୍ଷରୁ ଛତ୍ରପୁର ସ୍ଥିତ ଅନସ୍ଲୋ ହାଇସ୍କୁଲ୍ ଖେଳ ପଡ଼ିଆରେ ୬୯ତମ ଜିଲ୍ଲା ବିଦ୍ୟାଳୟ ସମୁହ ଦୌଡ଼ କୁଦ ଓ ଯୋଗାସନ ପ୍ରତିଯୋଗିତା- ୨୦୨୫ ପ୍ରତିଯୋଗିତା ର  ମଙ୍ଗଳବାର ଉଦ ଯାପିତ ହୋଇଯାଇଛି। ଛତ୍ରପୁର ବିଇଓ ସୁଜିତ କୁମାର ପାଢ଼ୀ ଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଅତିଥି ଭାବେ ଅତିରିକ୍ତ ଜିଲ୍ଳା ଶିକ୍ଷା ଅଧିକାରୀ  ଡ଼ଃ ପ୍ରଭାତୀ ପରିଡା ଓ ବସନ୍ତ କୁମାର ପଣ୍ଡା,  ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ସ୍ୱାଇଁ,  ଛତ୍ରପୁର ସବଡ଼ିଭିଜନ କ୍ରୀଡା ସଂଘ ର କାର୍ଯ୍ୟକାରୀ ସଭାପତି ପ୍ରଫୁଲ କୁମାର ପଟ୍ଟନାୟକ,  ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ର ଛତ୍ରପୁର ବ୍ଲକ ସମ୍ପାଦକ ପ୍ରକାଶ ଚନ୍ଦ୍ର  ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ଉତ୍ସା ହିତ କରିଥିଲେ। ୨୨ ଟି ବ୍ଲକର ୧୭ ଓ ୧୪ ବର୍ଷରୁ କମ୍ ବାଳକ ତଥା ବାଳିକା ବର୍ଗର  ପ୍ରତିଯୋଗି ମାନେ ବିଭିନ୍ନ କ୍ରୀଡା ରେ ଅଂଶ ଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ଏଥିରେ ରଙ୍ଗେଈଲୁଣ୍ଡା ଓ ସାନ ଖେମୁଣ୍ଡି ବ୍ଲକ ବହୁ କ୍ରୀଡ଼ାବିତ ମାନେ ପୁରସ୍କୃତ ହୋଇଛନ୍ତି,  ପ୍ରତିଯୋଗିତା ରେ ଭଲ କ୍ରୀଡ଼ା ପ୍ରଦର୍ଶନ  କରିଥିବା ୨୫ ରୁ ଅଧିକା କ୍ରୀଡ଼ାବିତ ମାନେ ଆସନ୍ତା ୧୦ ବାଲେଶ୍ୱରରେ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଶେଷରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥି ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ,  ଜିଲ୍ଲାର ବହୁ କ୍ରୀଡା ଶିକ୍ଷକ ମାନେ ପରିଚାଳନା ରେ ସହଯୋଗ କରୁଛନ୍ତି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ