୭୦ତମ ଜିଲ୍ଲାସ୍ତରୀୟ ଦୌଡ଼କୁଦ ପ୍ରତିଯୋଗିତା ଉଦ୍‌ଯାପିତ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ଷ୍ଟାଡିୟମ୍‌ଠାରେ ୭୦ତମ ଗଞ୍ଜାମ ଜିଲ୍ଲାସ୍ତରୀୟ ବିଦ୍ୟାଳୟସମୂହ ଦୌଡ଼କୁଦ ପ୍ରତିଯୋଗିତା ତିନିଦିନ ଧରି ଅନୁଷ୍ଠିତ ହୋଇ ଉଦ୍‌ଯାପିତ ହୋଇଛି। ୨୭, ୨୮ ଓ ୨୯ତାରିଖରେ ଆୟୋଜିତ ଏହି ପ୍ରତିଯୋଗିତାରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ୬୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଏମ୍‌. ଧନଞ୍ଜୟ, ଛତ୍ରପୁର ବ୍ଲକ୍‌ ଶିକ୍ଷା ଅଧିକାରୀ ସୁଚିତ୍ରା ପାଣିଗ୍ରାହୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ଭାଗିରଥୀ ସ୍ୱାଇଁ,  ଛତ୍ରପୁର ରୋଟାରି କ୍ଳବ ର ସଭାପତି ପ୍ରଫୁଲ୍ଲ ପଟ୍ଟନାୟକ ଓ ଛତ୍ରପୁର ବ୍ଲକ୍‌ କ୍ରୀଡ଼ା ସେକ୍ରେଟାରୀ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇଥିଲେ। ପ୍ରତିଯୋଗିତାରେ ଦୌଡ଼, ଉଚ୍ଚଡିଆଁ, ଲମ୍ବଡିଆଁ, ସଟ୍‌ପୁଟ୍‌, ଡିସ୍‌କସ୍‌ ଥ୍ରୋ ଓ ଜାଭେଲିନ୍‌ ଥ୍ରୋ ଭଳି ବିଭିନ୍ନ ବିଭାଗରେ ପ୍ରତିଯୋଗୀମାନେ ଉତ୍ସାହର ସହ ଅଂଶଗ୍ରହଣ କରି ନିଜର କ୍ରୀଡ଼ା ପ୍ରତିଭା ଓ ଦକ୍ଷତା ପ୍ରଦର୍ଶନ କରିଥିଲେ। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ