ଜିଲ୍ଲାପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ ଘଟଣାରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଦାବୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ମୃତ୍ୟୁ ନେଇଁ ଏବେ କେତେକ ପ୍ରଶ୍ନବାଚୀ ଓ ସନ୍ଦେହ ସୃଷ୍ଟି ହୋଇଛି । ଏହାକୁ ଏକ ଷଡଯନ୍ତ୍ରଯୁକ୍ତ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି । ପାରଳାଖେମୁଣ୍ଡି ରାମନଗର ଠାରେ ଥିବା ହାଇଟେକ୍ ପ୍ଲାଜା ଠାରେ ପାରଳା ସ୍ୱାଭିମାନ ମଞ୍ଚର ମୁଖ୍ୟ ଡ.ତିରୁପତି ପାଣିଗ୍ରାହୀ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ରାୟଗଡ ଜିଲାପରିଷଦ ଅଧ୍ୟକ୍ଷ ତଥା କଂଗ୍ରେସ ନେତା ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁକୁ ନେଇ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତପାଇଁ ଦାବୀ କରିଛନ୍ତି । ସେ ସ୍ୱର୍ଗତ ପୁରୁଷୋତ୍ତମଙ୍କ ଘରକୁ ଗତକାଲି ଯାଇ ସେଠାରେ ଯେଉଁ ସବୁ ତଥ୍ୟ ତାଙ୍କ ପରିବାର ପକ୍ଷରୁ ଦିଆଯାଇଛି ଏହା ଦୁର୍ଘଟଣାଜନିତ ମୃତ୍ୟୁ ନୁହଁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ବିଭିନ୍ନ ତଥ୍ୟରୁ ଜଣାପଡୁଥିବା ସେ କହିଛନ୍ତି । ତେବେ ଏହାର ଏକ କ୍ରାଇମବ୍ରାଞ୍ଚ ତଦନ୍ତ କରାଗଲେ ଘଟଣାର ସତ୍ୟାସତ୍ୟ ଜଣାପଡିବ ବୋଲି ଡ.ପାଣିଗ୍ରାହୀ କହିଛନ୍ତି । ଏହି ଅବସରରେ ହାଇଟେକ୍ ପ୍ଲାଜା ଠାରେ ସ୍ୱର୍ଗତ ଗମାଙ୍ଗଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ