ମାନବଧୀକାର ଇଲେକ୍ସନ ୱାଚ କମିଟି ତରଫରୁ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ): ମାନବଧୀକାର ଇଲେକ୍ସନ ୱାଚ୍ ୨୦୧୯ ପକ୍ଷରୁ ବାଲେଶ୍ୱର ଗସ୍ତ କରି ବିନା ଭୟ, ଭ୍ରାନ୍ତି, କୌଣସି ଚାପର ବଶବର୍ତ୍ତୀ ନ ହୋଇ ଜାତି, ଧର୍ମ, ବର୍ଗ, ଲିଙ୍ଗ ସଂକିର୍ନତାରୁ ଉଦ୍ଧ୍ୱର୍ରେ ରହି ନିଜର ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରି ମତଦାନ କରିବା ଲାଗି ଜନସାଧାରଣଙ୍କୁ ଆହ୍ୱାନ କରିଛନ୍ତି । ଏହି ଉପଲକ୍ଷେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ ଦେଇ ସଂଗଠନର ରଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଅଭିନ୍ନ ହୋତା କହିଥିଲେ ଚଳିତ ନିର୍ବାଚନରେ କଳାଟଙ୍କା, ମଦ ଓ ଗୁଣ୍ଡାଗର୍ଦିକୁ ରୋକିବା ପାଇଁ ସାରା ରାଜ୍ୟରେ ୧୫୦୦ ମାନବଧୀକାର କର୍ମୀ ନିୟୋଜିତ ଅଛନ୍ତି । ବାଲେଶ୍ୱର ଜିଲ୍ଲାର ପ୍ରାୟ ୫୦ରୁ ଉଦ୍ଧ୍ୱର୍ କାର୍ଯ୍ୟକର୍ତ୍ତା ନିର୍ବାଚନକୁ ଖୁବ୍ ପାଖରୁ ନିରୀକ୍ଷଣ କରୁଛନ୍ତି । ନିର୍ବାଚନ ଆଚରଣ ବିଧିର ଉଲଂଘନ ନିର୍ବାଚନ କମିଶନରଙ୍କୁ ଅବଗତ କରାଉଛନ୍ତି । ସୁସ୍ଥ ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଏହା ଆମର ପ୍ରୟାସ ବୋଲି କମିଟିର ରାଜ୍ୟ ଉପାଧ୍ୟକ୍ଷ ତଥା ଢେଙ୍କାନାଳ, ଅନୁଗୋଳ ଜିଲ୍ଲାର ସଭାପତି ରାମଚନ୍ଦ୍ର ରାଉତରାୟ ମତବ୍ୟକ୍ତ କରିଛନ୍ତି । ଏହା ବ୍ୟତିତ ଅନ୍ୟମାନଙ୍କୁ ମଧ୍ୟରେ ଇଲେକ୍ସନ ୱାଚର ରାଜ୍ୟ ସଭାପତି ଦେବବ୍ରତ ପାଣିଗ୍ରାହୀ ଓ ବାଲେଶ୍ୱର ଜିଲ୍ଲା ସଭାପତି ସଙ୍ଘମିତ୍ରା ମହାନ୍ତି ପ୍ରମୁଖ ଏଥିରେ ଯୋଗ ଦେଇଥିଲେ । ଏହି ସଭାକୁ ବାଲେଶ୍ୱର ଜିଲ୍ଲାପ ସଭାପତି ସଙ୍ଘମିତ୍ରା ମହାନ୍ତି ପରିଚାଳନା କରିଥିଲା ବେଳେ ଖୋର୍ଦ୍ଧା ଜିଲ୍ଲାର ସଂଯୋଜକ ସ୍ୱର୍ଣ୍ଣତିକା ସାହୁ ଉପସ୍ଥିତ ଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଲଳିତ କୁମାର ପାଣିଗ୍ରାହୀ, ପ୍ରମୋଦ ପଣ୍ଡା, ଜ୍ୟୋତି ରଞ୍ଜନ ଦାସ, ପ୍ରଜ୍ଞା ପ୍ରଦିପ୍ତା ମହାପାତ୍ର, ଲଳିତା ରାଓ, ଉର୍ମିଲା ଦାଶ, ସୁବ୍ରତ ଦାସ, ଶୁପ୍ରଭା ଦାସ, ସୁବ୍ରତ ଦାସ, ପ୍ରଶାନ୍ତ କୁମାର ପଣ୍ଡା, ପ୍ରକାଶ କିଶୋର ନାୟକ, ଚିନ୍ମୟ ବିଶ୍ୱାଳ, ରଞ୍ଜିତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।