ଗଞ୍ଜାମ ଜିଲ୍ଲା ରିଲିଫ ପାଣ୍ଠିକୁ ରାଜଶ୍ରୀ ବଳାସି ସମାଜ ପକ୍ଷରୁ ସହାୟତା
ପୋଲସରା (ଓ୍ବାଇଏନଏସ): ଗଞ୍ଜାମ ଜିଲ୍ଲାରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ବନ୍ୟା ଯୋଗୁଁ ବହୁ ଧନ ଜୀବନ କ୍ଷତି ହୋଇଥିବା ବେଳେ ପୋଲସରା ରାଜଶ୍ରୀ ବଳାସି ସମାଜ ପକ୍ଷରୁ ଗଞ୍ଜାମ ଜିଲ୍ଲା ରିଲିଫ ପାଣ୍ଠିକୁ ଅର୍ଥ ଦାନ କରାଯାଇଥିବା ଜଣାପଡିଛି । କେନ୍ଦ୍ର ପରିଷଦ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଛତ୍ରପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଗଞ୍ଜାମ ଜିଲ୍ଲାପାଳ ଭି କୀର୍ତ୍ତି ଭାସନଙ୍କୁ ଭେଟି ଅର୍ଣ୍ଣବ ବାତ୍ୟାରେ କ୍ଷତିଗ୍ରସ୍ତ ଲୋକଙ୍କୁ ସହାୟତା ପ୍ରଦାନ କରିବା ନିମନ୍ତେ ୫୦୦୦୦ (ପଚାଶ ହଜାର) ଟଙ୍କାର ସହାୟତା ରାଶିର ଏକ ଚେକ୍ ପ୍ରଦାନ କରିଛନ୍ତି। ରାଜଶ୍ରୀ ବଳାସି ସମାଜ ପକ୍ଷରୁ କ୍ଷତିଗ୍ରସ୍ତ ପରିବାରକୁ ସାହାଯ୍ୟ ପାଇଁ ଆର୍ଥିକ ସହଯୋଗ କରିଥିବା ଯୋଗୁଁ ବୁଦ୍ଧିଜିବୀ ବୃନ୍ଦ ସମାଜର ସମସ୍ତଙ୍କୁ ସାଧୁବାଦ ଜଣାଇଛନ୍ତି । ଜିଲ୍ଲାପାଳଙ୍କୁ ଚେକ ପ୍ରଦାନ ସମୟରେ ସମାଜର ସଭାପତି ଚନ୍ଦ୍ର ଶେଖର ସାହୁ, ସମ୍ପାଦକ ଭଗବାନ ପ୍ରଧାନ, ରଘୁନାଥ ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ବିଘ୍ନ ରାଜ ପ୍ରଧାନ, ଦୀନବନ୍ଧୁ ସାହୁ, ନିକୁଞ୍ଜ କୁମାର ସାହୁ, ସତ୍ୟବାଦୀ ସାହୁ, ରତ୍ନାକର ସାହୁ ଉପସ୍ଥିତ ଥିଲେ।


