ଧନ୍ଵନ୍ତରୀ ଦେବଙ୍କ ଜୟନ୍ତୀ ଦିବସ

ମୁନିଗୁଡା (ନନ୍ଦ କିଶୋର ପଟ୍ଟନାୟକ) : ମୁନିଗୁଡାର ସ୍ଥାନୀୟ ବଂଶଧାରା ଔଷଧାଳୟ ପରିସର ଚରକ ଆୟୁର୍ବେଦ ବୈଦ୍ୟ ସଙ୍ଘ ତରଫରୁ ସଙ୍ଘର ସଭାପତି ଚତୁର୍ଭୁଜ ଧଙ୍ଗଡାମାଝୀ ଓ ସମ୍ପାଦକ ପ୍ରମୋଦ କୁମାର ସାହୁକାରଙ୍କ ମିଳିତ ସଂଯୋଜନାରେ ଶ୍ରୀ ଧନ୍ଵନ୍ତରୀ ଦେବଙ୍କ ଜୟନ୍ତୀ ଉତ୍ସବ ଦିବସ ରୀତିନୀତି ଅନୁସାରେ ମହା ଆଡମ୍ବରର ସହକାରେ ପାଳିତ ହୋଇଯାଇଛି l ଏହି ଅବସରରେ ପାରମ୍ପରିକ ବାଦ୍ୟ ଓ ସଂକୀର୍ତନ ମଣ୍ଡଳୀ ସହାୟତାରେ ଗଙ୍ଗା ଆବାହନ ପୂଜା ସହ ନଗର ପରିକ୍ରମ କରାଯିବା ସହ ଧନ୍ଵନ୍ତରୀ ଧ୍ବଜା ଉତ୍ତଳୋନ,ମୃଣ୍ମୟ ମୂର୍ତ୍ତି ପୂଜନ, ହୋମଯଜ୍ଞ, ପୁଷ୍ପାଞ୍ଜଳି ଅର୍ପଣ ସହ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା l ପରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଉକ୍ତ ବୈଠକରେ ଅତିଥିଭାବେ ବିଧାୟକ ନୀଳମାଧଵ ହିକକା,ରେଞ୍ଜର ପ୍ରବୀଣ ଦାସ,ରାୟଗଡ଼ା ଜିଲ୍ଲା ନିଖିଳ ଉତ୍କଳ ବୈଦ୍ୟ ସମ୍ମିଳନୀର ସଭାପତି କବିରାଜ ରାମକୃଷ୍ଣ ଚୌଧୁରୀ, କନ୍ଧମାଳର ବିଶିଷ୍ଟ କବିରାଜ ବିଷ୍ଣୁପ୍ରିୟା କହଁର,କଳାହାଣ୍ଡି ଜିଲ୍ଲାର କବିରାଜ ଉଦ୍ଧବ ସାହୁ, ପଦ୍ମଶ୍ରୀ ପଟ୍ଟାୟତ ସାହୁ,ରାମଚନ୍ଦ୍ର ବେହେରା, ଜନକାନନ୍ଦ ଗିରି ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ମାନେ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ଶୁଭାରମ୍ଭ କରିଥିଲେ। ଏହି ଧନ୍ଵନ୍ତରୀ ଦେବଙ୍କ ଜୟନ୍ତୀ ଉତ୍ସବ ପାଳନର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ଚରକ ଆୟୁର୍ବେଦ ସଙ୍ଘ ଆଗାମୀ ଦିନରେ କିପରି ଆହୁରି ଅଧିକ କାର୍ଯ୍ୟ କରିବ ଏବଂ ଆୟୁର୍ବେଦ ଚିକିତ୍ସାର ପ୍ରାଚୀନ ପରମ୍ପରାକୁ ସୁରକ୍ଷିତ ରଖିବା ସହ ଲୋକଙ୍କ ନିକଟରେ ଏହାର ଉପକାରିତା ପହଞ୍ଚାଇବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ରାୟଗଡ଼ା ଜିଲ୍ଲା ନିଖିଳ ଉତ୍କଳ ବୈଦ୍ୟ ସମ୍ମିଳନୀର ସଭାପତି କବିରାଜ ରାମକୃଷ୍ଣ ଚୌଧୁରୀ, କନ୍ଧମାଳର ବିଶିଷ୍ଟ କବିରାଜ ବିଷ୍ଣୁପ୍ରିୟା କହଁର ଏବଂ କଳାହାଣ୍ଡି ଜିଲ୍ଲାର କବିରାଜ ଉଦ୍ଧବ ସାହୁଙ୍କ ସମେତ ତିନୋଟି ଜିଲ୍ଲାର ବରିଷ୍ଠ ଆୟୁର୍ବେଦିକ କବିରାଜ ଓ ଅନ୍ୟ କବିରାଜ ଓ ମନ୍ୟଗଣ୍ୟ ବ୍ୟକ୍ତି ମାନଙ୍କୁ ସେମାନଙ୍କର ଦୀର୍ଘଦିନର ସେବା ଓ ଅବଦାନ ପାଇଁ ଉତ୍ତରୀୟ, ପୁଷ୍ପଗୁଚ୍ଛ ଓ ପ୍ରମାଣପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଉକ୍ତ ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ମୁନିଗୁଡା ଚରକ ଆୟୁର୍ବେଦ ସଙ୍ଘର କୋଷାଧକ୍ଷ କବିରାଜ ବିରାଜ ପାତ୍ର,ପୁରସ୍ତମ ମାର୍ଥା, ଗୌରାଙ୍ଗ ଚରଣ ରାଉତ, ପ୍ରଦୀପ ସାହୁ, ମନ୍ମଥ ମାର୍ଥା,ଲିଙ୍ଗରାଜ ମାର୍ଥା, ବିଘ୍ନଶ୍ୱର ପାତ୍ର ପ୍ରମୁଖଙ୍କ ସମେତ ମୁନିଗୁଡା ଅଞ୍ଚଳ ଏବଂ ପଡୋଶୀ କଳାହାଣ୍ଡି ଓ କନ୍ଧମାଳ ଜିଲାରୁ ବହୁ ସଂଖ୍ୟାରେ ବୈଦ୍ୟ ମାନେ ସମାବେଶରେ ଉପସ୍ଥିତ ରହି ସେମାନଙ୍କ ଅଭିଜ୍ଞତା ଓ ଉଦ୍ଭାବନକୁ ଉଜାଗର କରିବା ସହ ପାହାଡି ଜଙ୍ଗଲ ଅଞ୍ଚଳରେ ଥିବା ଦୁର୍ଲଭ ଔଷଧୀୟ ବୃକ୍ଷରାଜିକୁ ସୁରକ୍ଷିତ ରଖିବା,ନୁତ୍ତନ ଔଷଧୀୟ ଉଦ୍ୟାନ ସୃଷ୍ଟି କରିବା ନେଇ ମତ ପ୍ରକାଶ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ