ନଭେମ୍ବର ଵିପ୍ଳଵ ବାର୍ଷିକୀ ପାଳନ

ନାଉଗାଁ ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ର ବିପ୍ଳବୀ ଚାଷୀ ମୂଲିଆ ସଂଗଠନ ଏ ଆଇ କେ କେ ଏମ ଏସ ( ଅଲ୍ ଇଣ୍ଡିଆ କିଷାନ କ୍ଷେତ ମଜଦୁର ସଂଗଠନ) ନାଉଗାଁ ବ୍ଳକ କମିଟି ପକ୍ଷରୁ ଆଜି ମହାନ୍ ସମାଜ ତାନ୍ତ୍ରିକ ବିପ୍ଳବ ଦିବସ ସ୍ଥାନୀୟ ଚଗଲା ଦାସ ମଠ ପରିସରରେ ଅନୁଷ୍ଠିତ ହୋଇଅଛି। ବ୍ଳକ୍ କମିଟି ସଭାପତି ବସନ୍ତ ମଲ୍ଲିକଙ୍କ ପରିଚାଳନାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଆଲୋଚକ ଭାବେ ରାଜ୍ୟ କମିଟି ସଭ୍ୟ କମ୍ରେଡ ସୁବାସ ସ୍ବାଇଁ ଯୋଗ ଦେଇ ଋଷ ଭଳି ଏକ ପଛୁଆ ପୁଞ୍ଜିବାଦୀ ରାଷ୍ଟ୍ରରେ ସର୍ବହରା ଶ୍ରେଣୀର ମହାନ୍ ନେତା ଲେନିନ ଓ ଷ୍ଟାଲିନ ଙ୍କ ନେତୃତ୍ବରେ ପରିଚାଳିତ ବଲସେଭିକ ଦଳ କିପରି ୧୯୧୭ ମସିହା ନଭେମ୍ବର ମାସରେ ଶ୍ରମିକ ଶ୍ରେଣୀର ଶାସନ ପ୍ରତିଷ୍ଠା କରିଥିଲେ  ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଯାହା ଫଳରେ ଦୂର୍ବଳ ଦେଶ ଋଷ ବିଶ୍ଵ ର ଏକ ଛାମୁଆ ଦେଶ ହୋଇ ପାରିଥିଲା। ପ୍ରାରମ୍ଭରେ ମହାନ୍ ନେତା ଲେନିନଙ୍କ ଉତ୍ତରସୂରୀ ଶିଵଦାସ ଘୋଷଙ୍କ ବକ୍ତବ୍ୟର କେତେକ ଉକ୍ତି କୋଟେସନ ପ୍ରଦର୍ଶନୀ କୁ ଶିକ୍ଷାବିତ ବଂଶୀଧର ବେହେରା ଉନ୍ମୋଚନ କରିଥିଲେ। ଉପସ୍ଥିତ ସମସ୍ତ ସଭ୍ୟ ସଭ୍ୟା ମହାନ୍ ନେତା ଲେନିନ ଷ୍ଟାଲିନଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ସର୍ବଶ୍ରୀ ମହେଶ୍ୱର ଦାସ, ବୀରକିଶୋର ମଲ୍ଲିକ, ମନୋଜ କାଣ୍ଡି, ନୃସିଂହ ଚରଣ କାଣ୍ଡି, ପ୍ରତିମା ଦାସ , ଛଵିରାଣୀ ଭୋଇ, ମମତା ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ