ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ

ଯୋଡା- ଯାଡା ସହରସ୍ଥିତ ଶାସ୍ତ୍ରୀନଗର ଯୁଥ କ୍ଲବ ଠାରେ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଳାଳୟ ଆନୁକୂଲ୍ୟରେ କେନ୍ଦୁଝର ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ଶୁକ୍ରବାର ଜାତୀୟ କନ୍ୟା ସନ୍ତାନ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ଯୋଡା ବ୍ଲକର ଏକାଉନଟାନଟ ଅଧିକାରୀ ସତ୍ୟବ୍ରତ ମହାନ୍ତ, ସମ୍ମାନୀତ ଅତିଥିଭାବେ ଶାସ୍ତ୍ରୀନଗର ଯୁଥ କ୍ଲବର ସଭାପତି ସିଦ୍ଧାର୍ଥ କର , ଦି ୱାଲର୍ଡ ଭିଜନ ର ସଭାପତି ସୁକାନ୍ତ ବାନା ଯୋଡା ବ୍ଳକର ସାମାଜିକ ସୁରକ୍ଷା ଅଧିକାରୀ ସରିତା ବେହେରା ଙ୍କ ସହିତ ନେହେରୁ ଯୁବ କେନ୍ଦ୍ରର ଯୋଡା ବ୍ଲକ ର ଜାତୀୟ ଯୁବ ସେଛାସେବୀ ରୋଜାଲିନ ମଲ୍ଲିକ ଓ ମମତାରାଣୀ ବେହେରା ମଂଚାସିନ ଥିଲେ । ସଭାରେ ଯୋଡା ପୌରପାଳିକାର ଗୋଷ୍ଠୀ ସଂଗଠିକା ସୁପ୍ରଭା ପାଣିଗ୍ରାହୀ ସଭାପରିଚାଳନା କରଥିେଲେ । ସମାଜରୁ କିପରି ଭୃଣ ହତ୍ୟା ଲୋପ ପାଇବ ଓ କନ୍ୟା ଜନ୍ମହେଲେ ପରିବାରରେ ଦୁଖୀ ନ ହୋଇ କନ୍ୟାକୁ ସମ୍ମାନ ଦେବେ ସେ ନେଇ ମାନସିକ ପରିବର୍ତନ ଆଣିବା ପାଇଁ ଆଲୋଚନା କରାଯାଇଥିଲା

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ