ଅନୁକୂଳ ଚନ୍ଦ୍ରଙ୍କ ସତ୍‌ସଙ୍ଗ କାର୍ଯ୍ୟକ୍ରମ

ବନ୍ତ,(ଯୁଗାବ୍ଦ ନ୍ୟୁଜ୍‌) : ଶୁକ୍ରବାର ବନ୍ତ ବ୍ଲକ ନିଳୋକ ଗ୍ରାମର ଅବସରପ୍ରାପ୍ତ କୃଷି କର୍ମଚାରୀ ନିତ୍ୟାନନ୍ଦ ପଣ୍ଡାଙ୍କ ଧର୍ମପତ୍ନୀ ତଥା ଧର୍ମପରାୟଣା ମହିଳା ସ୍ୱର୍ଗତା ପଦ୍ମାବତୀ ପଣ୍ଡାଙ୍କ ଉଦ୍ଦେଶ୍ୟରେ ପରମପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତ୍‌ସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହପ୍ରତିଋତ୍ୱିକ ଅଭିରାମ ଖଟୁଆଙ୍କ ପୌରହିତ୍ୟରେ ଅନୁଷ୍ଠିତ ସତ୍‌ସଙ୍ଗରେ ହାଡିବନ୍ଧୁ ବେହେରା, ଲକ୍ଷ୍ମୀଧର ଲେଙ୍କା, ଅବିନାଶ ନାୟକ ଯୋଗ ଦେଇ ଠାକୁରଙ୍କ ଭାବାଦର୍ଶ ଉପରେ ଆଲୋଚନା କରିଥିଲେ । ନିରଞ୍ଜନ ପଣ୍ଡା ନାରୀର ନୀତି ଓ ସମାଧାନ ସାହୁ ସତ୍ୟାନୁସରଣ ପାଠ କରିଥିଲେ । ପ୍ରଫୁଲ୍ଲ ସାହୁ, ନବୀନ ସାହୁ, ରମେଶ ପ୍ରଧାନ ଭଜନକୀର୍ତ୍ତନ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ ନିରାକର ପଣ୍ଡା, ନଟବର ପଣ୍ଡାଙ୍କ ସମେତ ଅନ୍ୟ ମାନେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ