ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ,ମୋବାଇଲ, ନଗଦ ଟଙ୍କା ଜବତ,୭ ଗିରଫ

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍‌):ଗାଙ୍ଗପୁର ଥାନା ଅନ୍ତର୍ଗତ ନେଟେଙ୍ଗା ଠାକୁରାଣୀ ମନ୍ଦିର ନିକଟରେ କିଛି ଦିନ ହେବ ଏକ ଜୁଆ ଆଡ୍ଡା ଚାଲିଥିବା ନେଇ ଖବର ପୋଲିସର ହସ୍ତଗତ ହେବା ପରେ ଆଜି ଅପରାହ୍ନ ୫ ଘଣ୍ଟା ସମୟରେ ଡିଏସପି ସଞ୍ଜୟ ମହାପାତ୍ର ଓ ଗାଙ୍ଗପୁର ଥାନାଧିକାରୀ ଧିରେଶ କୁମାର ଦାସ ମିଳିତ ଭାବେ ଚଢ଼ାଉ କରିଥିଲେ ।ଚଢ଼ାଉ ବେଳେ ନଗଦ ୧୧୩୯୦ ଟଙ୍କା,୬ଟି ମୋବାଇଲ ଫୋନ୍ ଜବତ କରିବା ସହ ଜୁଆ ଖେଳୁଥିବା ବିଭିନ୍ନ ଗ୍ରାମର ୭ ଜଣଙ୍କୁ ଗିରଫ କରିଛନ୍ତି ।ଏନେଇ ଗାଙ୍ଗପୁର ପୋଲିସ ୧୮/୨୦ରେ ଏକ ମାମଲା ରୁଜୁ କରି ସମସ୍ତ ଜୁଆଡିଙ୍କୁ ଆସନ୍ତା କାଲି ଭଞ୍ଜନଗର କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ଶ୍ରୀ ଦାସ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ