ମଦ ଦୋକାନରୁ ଚୋରୀ

ଛତ୍ରପୁର, (ଓ୍ବାଇଏନଏସ): ଛତ୍ରପୁର ଥାନା ବଉଳ ଗାଁ ରେ ଥିବା ବିଦେଶୀ ମଦ ଦୋକାନରୁ ଗତ କାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରୀ ହୋଇଛି l ଯାହାର ସିସି ଟିଭି ଫୁଟେଜ ଭାଇରଲ ହେବାରେ ଲାଗିଛି l ସୂଚନା ପ୍ରକାରେ ଗତକାଲି ବିଳମ୍ବିତ ରାତ୍ରରେ ବଉଳ ଗାଁ ରେ ଥିବା ବିଦେଶୀ ମଦ ଦୋକାନରୁ ୧୯ ହଜାର ୬ ଶହ ଟଙ୍କା ସମେତ ବହୁ ମଦ ଚୋରୀ କରି ନେଇଥିଲେ ଦୁର୍ବୁତ୍ତ l ଏନେଇ ଦୋକାନ ମାଲିକ ଛତ୍ରପୁର ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୋଗ କୁ ଆଧାର କରି ଛତ୍ରପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି l ପୂର୍ବରୁ ବି ଏହିଭଳି ଭାବେ ଏହି ମଦ ଦୋକାନରୁ ତାଲା ଭାଙ୍ଗି ଚୋରୀ ହୋଇଥିବା ବେଳେ ଏବେ ପୁଣି ଥରେ ଚୋରୀ ହୋଇଛି l ସେହିଭଳି ଛତ୍ରପୁର ସହରରେ ପୂର୍ବରୁ ମଧ୍ୟ ବହୁ ମନ୍ଦିର ରେ ଚୋରୀ ହୋଇଥିବା ବେଳେ ଏଯାବତ ଚୋର ଙ୍କୁ ଧରାଯାଇପାରିନାହିଁ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ