ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର
ଯୋଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲ୍ଳା ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ପୁରୁଷୋତମପୁର ଗ୍ରାମରୁ ପୋଲିସ ଆଜି ଜଣେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପୁଲିସ ସୁତ୍ରରୁ ମିଳିଥିବା ସୁଚନା ଅନୁଯାୟୀ ଜଣାପଡିଛି ଯେ, ଏହି ଗ୍ରାମର ଏକ ବିଲରେ ଅଜଣା ବ୍ୟକ୍ତିଙ୍କ ମୃତ ଦେହ ପଡିରହିଥିବା ଗ୍ରାମବାସୀ ମାନେ ଆଜି ସକାଳେ ଦେଖିବା ପାଇଁ ପାଇଥିଲେ । ପୋଲିସ ଖବର ପାଇ ମୃତ ଦେହକୁ ସେଠାରୁ ଉଦ୍ଧାର କରି ଶବ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି । ଦେ ମୃତକ ବ୍ୟକ୍ତି ଜଣେ ପୁରୁଷ ହୋଇଥିବାବେଳେ ବୟସ ପ୍ରାୟ ୪୫ ବର୍ଷ ହେବ । ତାଙ୍କ ପରିଚୟ ଜଣପଡିନାହି । ଏ ନେଇ ଯୋଡା ଥାନାରେ କେଶ ନଂ ୨ ଅନୁଯାୟୀ ଏକ ଅପମୃତ୍ୟୁ ମାମଲା ରଜୁ କରାଯାଇଥିବା ବିଲେଇପଦା ଫାଣ୍ଡି ଅଧିକାରୀ ରଞନ କୁମାର ବିଶ୍ୱାଳ ପ୍ରକାଶ କରିଛନ୍ତି ।


