ନାଁ ବାଳିକାକୁ ଅପହରଣ, ଗାଁ ରେ ଉତ୍ତେଜନା
ହାଟଡିହି (ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାଁ ବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ ନେଇ ଗ୍ରାମର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ସୂଚନାରୁ ଜଣା ଯାଇଛି ଯେ ଦଶମ ଶ୍ରେଣୀ ପଢ଼ୁଥିବା ଜଣେ ୧୫ ବର୍ଷୀୟ ଛାତ୍ରୀ ଆଜି ସକାଳୁ ଗାଁ ଭିତରକୁ ବୁଲିବାକୁ ଯାଇ ଆଉ ଫେରି ନଥିଲେ। ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ଝିଅର ସନ୍ଧାନ ପାଇ ପାରି ନଥିଲେ। ଦୁଡୁଗାଁ ଗ୍ରାମର ଜଗନ୍ନାଥ ଜେନା ନାମକ ଜଣେ ୨୨ ବର୍ଷୀୟ ଯୁବକ ଉକ୍ତ ଛାତ୍ରୀଙ୍କୁ ଅପହରଣ କରିନେଇଥିବା ଜାଣିବା ପରେ ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଥାନା କେସ ନଂ ୩୩୨/୨୦୨୬ରେ ଏକ ମାମଲା ୠଜୁକରି ନାଁ ବାଳିକାକୁ ଉଦ୍ଧାର କରିବାକୁ ପଦକ୍ଷେପ ନେଇଛି। କିନ୍ତୁ ଏହାକୁ ନେଇ ଗ୍ରାମରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।


