୭୧ ତମ ସ୍ୱାଧିନତା ଦିବସ ପାଳିତ
ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍):ଓଡିଶାର ଅଗ୍ରଣୀ ଘରୋଇ ଶିକ୍ଷାନୁଷ୍ଠାନ ଏସ୍.ଏମ୍.ଆଇ.ଟି ତରଫରୁ ବିଭିନ୍ନ ଅନଷ୍ଠାନରେ ଜାନୁୟାରୀ ୨୬ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ବ୍ରହ୍ମପୁର ସହରର ସ୍ଥାନୀୟ ହିଲ୍ ପାଟନାସ୍ଥିତ ଏସ୍.ଏମ୍.ଆଇ.ଟି କର୍ପୋରେଟ୍ କାର୍ଯ୍ୟାଳୟ ଅନୁଷ୍ଠାନର ସଭାପତି ଡ.ଭଗବାନ ଗନ୍ତାୟତ ତ୍ରିରଙ୍ଗା ପତାକା ଉତୋଳନ କରିବା ସହ ଦେଶ ସ୍ୱାଧିନତା ହେବାର ପ୍ରମୁଖ ଯୋଦ୍ଧା ମାନଙ୍କର ବିରତ୍ୱ ଗାଥା ବଖାଣିଥିଲେ । ଏହି ଦିବସରେ ଆଇଟିଆଇ ଅଧକ୍ଷ ଇଂ ରାମଚନ୍ଦ୍ର ପାତ୍ର,ଓ ଗଣଯୋଗା ବିଭାଗର ଅଧାପକ ଡ. ଭାରତୀ ବାଳା ପଟ୍ଟନାୟକ,ଶ୍ରୀମତି ସୋନାଲି ଗନ୍ତାୟତ,ଅଧାପକ ହରିଶଚନ୍ଦ୍ର ବେହେରା, ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ସେହିପରି ଚଣ୍ଡିପଦର ଅନୁଷ୍ଠାନ ଓ ହିଞ୍ଚିଳିକାଟୁ ଓ ବୃନ୍ଦାବନ ଇଂଲିସ ମିଡିୟମ୍ ଅନୁଷ୍ଠାନରେ ଗଣତନ୍ତ୍ରର ପର୍ବକୁ ପାଳନ କରିଥିଲେ । ଛୋଟ ପିଲା ମାନଙ୍କୁ ଶେଷରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ସଂପାଦକ ଜମ୍ପୁଲା ଶଙ୍କର ନାରାୟଣ ,ସଂପାଦକ ଶ୍ରୀ ପ୍ରମୋଦ କୁମାର ପଣ୍ଡା ଏସ୍.ଏମ୍ .ଆଇ.ଟିର ବିଭିନ୍ନ କାର୍ଯ୍ୟନୁଷ୍ଠାନର କାର୍ଯ୍ୟକ୍ରମରେ ଯୋଗ ଦେଇ ପତାକା ଉତୋଳନ କରିଥିଲେ ।