ପାନ ମସଲା ଦୋକାନୀ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଲେ ୫ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ

ରାଇରଙ୍ଗପୁର-  ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ସହରରେ ବନ୍ଧୁକ ଦେଖାଇ ଜଣେ ବ୍ୟବସାୟୀଙ୍କଠାରୁ ୫ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ଦୁବୃର୍ତ୍ତ । ସୂଚନାଅନୁସାରେ ଗତକାଲି ରାତି ୧୦.୫୦ ସମୟରେ ରେ ଦୋକାନର ଅଧା ସଟର ଟାଣି ରୂପେଶ କୁମାର ମହାନ୍ତି ବସିଥିବା ବେଳେ ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟି ନେଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ମୁଖା ପିନ୍ଧିଥିବା ବେଳେ ଜଣେ ହେଲମେଟ ପିନ୍ଧିଥିଲା । ସମସ୍ତେ ହାତରେ ବନ୍ଧୁକ ଧରିଥିଲ।  । ଦୋକାନୀଙ୍କ ପାଖରେ ଥିବା ଟଙ୍କା ବ୍ୟାଗକୁ ଛଡ଼ାଇ ନେଇଥିଲେ । ଏ ନେଇ ରୂପେଶ କୁମାର ସୋମବାର ସକାଳେ ଥାନାରେ ଅଭିଯୋଗ କରିଥିଲେ। ଖବର ପାଇ ଥାନା ଅଧିକାରିଣୀ ରେଣୁବାଳା ସାହୁ ତଦନ୍ତ ଆରମ୍ଭ କରିଛନ୍ତି । ସିସିଟିଭି ଫୁଟେଜର ଆଧାରରେ ପୁଲିସ୍ ତଦନ୍ତ କରିବା ସହିତ ତିନି ଦୁର୍ବୃତ୍ତଙ୍କୁ ଧରିବା ପାଇଁ ଜୋରସୋରରେ ଉଦ୍ୟମ କରୁଥିବା ଜଣାଯାଇଛି । ପୂର୍ବରୁ ମଧ୍ୟ ୩ମାସ ତଳେ ସହରର ଲିଙ୍କ ରୋଗରେ ଜନୈକ ଧାନ ବେପାରୀଙ୍କୁ ଦୁବୃର୍ତ୍ତ ମାନେ ଘର ଭିତରେ ପଶି ଗୁଳି ମାରିବା ସହ ଟଙ୍କା ଲୁଟି ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ