ବୁଗୁଡା ବ୍ଲକରେ ତିନି ଦିନିଆ ସୁନେତ୍ର କ।ର୍ଯ୍ୟକ୍ରମ
ବୁଗୁଡା -ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କ ଚକ୍ଷୁ ପରୀକ୍ଷା ପାଇଁ ୩ଦିନିଆ ସୁନେତ୍ର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ୨୪ ତାରିଖ ଦିନ ବୁଗୁଡା ବାଳକ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ୨୫ ତାରିଖ ଦିନ କଦପଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ୨୭ ତାରିଖ ଦିନ ବି. କରଡ଼ାବାଡି ଏସ ଏ ବିଦ୍ୟାପୀଠରେ ସୁନେତ୍ର କ।ର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବୁଗୁଡ଼ାରେ୧୫୬ ଜଣ, କଦପଡାରେ ୧୫୮ ଜଣ ଓ ବି କରଡ଼ାବାଡିରେ ୧୫୬ ଜଣ,ଏହିପରି ମୋଟ ୪୭୨ ଜଣ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା ହୋଇଥିଲା। ଏଥି ମଧ୍ୟରୁ ବୁଗୁଡା,କଦପଡା ଓ ବି କରଡ଼ାବାଡିରୁ ଯଥାକ୍ରମେ ୫୧ ଜଣ,୫୨ଜଣ,ଓ ୬୦ଜଣ ଏହିପରି ମୋଟ ୧୬୩ଜଣଙ୍କୁ ଚଷମା ଦେବା ସ୍ଥିର ହୋଇଥିବା ବେଳେ ଅନ୍ୟ ୧୮ ଜଣଙ୍କୁ ଅଧିକ ପରୀକ୍ଷା ପାଇଁ ବ୍ରହ୍ମପୁର ବଡମେଡିକାଲକୁ ପଠାଯାଇଛି । ସମସ୍ତ ଛାତ୍ର ଛାତ୍ରୀଙ୍କ ପରୀକ୍ଷା ଚକ୍ଷୁ ଚିକିତ୍ସା ସହାୟକ ଅଶୋକ କୁମାରମହାରଣା, ବେଲଗୁଣ୍ଠ।ର ତପନ କୁମାର ପାତ୍ର,ଓ ପୋଲସରାର ବାଗେଶ୍ୱର ଆଚାରୀ ତିନିଜଣଙ୍କ ଦ୍ୱାରା ଅନୁଷ୍ଠିତ ହୋଇଥିବା ବେଳେ ବିଆରଟି ସୋନାଲିନ ପଣ୍ଡା ଓ ସନ୍ତୋଷ କୁମାର ଡାକୁଆ ଏବଂ ସିଆରସିସି ସନ୍ତୋଷ କୁମାର ସାହୁ ଓ ଆଶୁତୋଷ ମିଶ୍ର ସହଯୋଗ କରିଥିଲେ।


