ଭୀମେଶ୍ୱର ମନ୍ଦିର ପାର୍କ ଭ୍ରମଣକାରୀ ସଂଘ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ
ଭୁବନେଶ୍ୱର – ଭୁବନେଶ୍ୱର ଭୀମଟାଙ୍ଗିରେ ଥିବା ଭୀମେଶ୍ୱର ମନ୍ଦିର ପାର୍କ ପରିସରରେ ପବିତ୍ର ସାଧାରଣତନ୍ତ୍ର ଦିବସ ପାର୍କ ପରିସରରେ ପାଳିତ ହୋଇଯାଇଛି । ଏଠାରେ ଆୟୋଜିତ ଉତ୍ସବରେ ସଂଘର ସଭାପତି ଗୋଲକ ବିହାରୀ ନାୟକ ପତାକା ଉତ୍ତୋଳନ କରି ଉଦ୍ବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘର ସାଧାରଣ ସମ୍ପାଦକ କାମଦେବ ରଣସିଂହ ପରିଚାଳନା କରିଥିଲେ । ଏହି ପତାକା ଉତ୍ତୋଳନ ଉତ୍ସବରେ ସଂଘର ଉପଦେଷ୍ଟା ପ୍ରଫେସର ପୀତାମ୍ବର ପାଢୀ, ଉପସଭାପତି ଶିବପ୍ରସାଦ ନାୟକ, ମଦନମୋହନ ଦାଶ, ଶହଦେବ ଦାଶ ଏବଂ ପ୍ରଫୁଲ୍ଲ ମିଶ୍ର, ଅବସରପ୍ରାପ୍ତ ପ୍ରଶାସକ କୃଷ୍ଣଚନ୍ଦ୍ର ବଡ଼ୁ, ବନବିହାରୀ ରଥ, ମହାଦେବ ଗରାବଡ଼ୁ, ଶ୍ରୀକାନ୍ତ ମହାନ୍ତି, ପ୍ରଫେସର ଧରଣୀଧର ନାୟକ, ଉଷାରାଣୀ ମହାନ୍ତି, ନିବେଦିତା ଜେନା, ଜୟନ୍ତୀ ମହାନ୍ତି, ସୁନୀତା ପଟ୍ଟନାୟକ, ସାବିତ୍ରୀ ମିଶ୍ର, ସୁଧାଂଶୁ ଶେଖର ହରିଚନ୍ଦନ, ବିନୋଦ ବିହାରୀ ପଲାଇ, ଆୟୁର୍ଦେହୀ ମିଶ୍ର, ନିମାଇଁ ଚରଣ ସାମଲ, ଜଳଧର ଧଳ, ରାଜେନ୍ଦ୍ର ସିଂ ନରେନ୍ଦ୍ର ବର୍ମା, ନିରଞ୍ଜନ ମିଶ୍ର, ସୂର୍ଯ୍ୟନାରାୟଣ ମିଶ୍ର, ଶଙ୍କର ମହାପାତ୍ର, ବଂଶୀଧର ପଣ୍ଡା, ଶରତ ସାମନ୍ତରାୟ, ବାବାଜୀ ତରାଇ, ଶଶାଙ୍କ ଶେଖର ମହାନ୍ତି, ମୁରଲୀଧର ସାହୁ, କଳ୍ପତରୁ ସାମନ୍ତରାୟ ଓ ନିରାକାର ଜେନା ପ୍ରମୁଖ ଯୋଗ ଦେଇଥିଲେ ।


