ଇଶ୍ୱର
ଅନାଦି ଓ ଅନନ୍ତ । କିଏ କହେ ସାକାର ତ କିଏ କହେ ନିରାକାର । କିଏ କହେ ଅଜନ୍ମା ତ କିଏ କହେ ଅବତାରୀ । କିଏ କହେ ଶାନ୍ତ ତ କିଏ କହେ କୃର । ତାହେଲେ କିଏ ସେ ଇଶ୍ୱର ? କଣ ତାଙ୍କ ସ୍ୱରୁପ ?ଇଶ୍ୱର ଏକ ସୁକ୍ଷ୍ମ ଶକ୍ତି ଯାହାକି ପ୍ରତି ଅଣୁ, ପରମାଣୁରେ ବିଦ୍ୟମାନ । ସେ ଦୟାପୁର୍ଣ୍ଣ ଓ ଜ୍ଞାନଯୁକ୍ତ ଏକ ଅଖଣ୍ଡ ଶକ୍ତି । ଏଥିରେ ନାହିଁ କୌଣସି ପରିବର୍ତ୍ତନ । ସେ ଆନନ୍ଦମୟ ସ୍ୱରୁପ ଯାହାର ଆନନ୍ଦ ହିଁ ପ୍ରକୃତ ଆନନ୍ଦ । ଏହି ପରବ୍ରହ୍ମ ଆମକୁ ସହଜରେ ପ୍ରାପ୍ତ ହୁଅନ୍ତି ଯେପରିକି ପୁତ୍ରକୁ ପିତା । ସେ ଆମର ସର୍ୱଦା କଲ୍ୟାଣ କରିଥାନ୍ତି । କିନ୍ତୁ କିପରି ? ଆମେ ଯଦି ସଦା ସର୍ବଦା ଇଶ୍ୱର ଇଶ୍ୱର ଜପି ଜପି ତାଙ୍କ ଆଶ୍ରୟରେ ସମସ୍ତ କାର୍ଯ୍ୟ ଛାଡିଦେବା , ତା ହେଲେ କଣ ସେ ସହୟତା କରିବେ ? ନାଁ । ଆମକୁ କର୍ମ ତତ୍ପର ହେବାକୁ ପଡିବ । ଜୀବନରେ ସତ୍ ପଥରେ ଯାଇ ସତ୍ କର୍ମ କଲେ ସଫଳତା ସୁନିଶ୍ଚିତ । ସକଳ ଘଟେ ନାରାୟଣ । ସଂସାରରେ ସମସ୍ତଙ୍କ ମଧ୍ୟରେ ତାଙ୍କୁ ଦର୍ଶନ କରିବା । ତାଙ୍କର ନିୟମ ଅନୁଯାଇ ଅନ୍ନଦାନ , ବସ୍ତ୍ରଦାନ , ଜ୍ଞାନଦାନ, ଇତ୍ୟାଦି କରି ଜୀବନକୁ କରିବା ଚୀରତାର୍ଥ । ପୁର୍ବ ଜନ୍ମର ସୁପ୍ରାରଧ୍ୱ ନଥିଲେ ମଧ୍ୟ ଏ ଜନ୍ମର ଏହି ସଞ୍ଚିତ ସୁକର୍ମ ଆମ ଜୀବନକୁ କରିବ ସମ୍ପୁର୍ଣ୍ଣ କିନ୍ତୁ ଆମେ ଯଦି ସବୁ ଶେଷରେ ହେବ ଆମର ବିପର୍ଯ୍ୟୟ – ଏହା ନିଃସନ୍ଦେହ ।
ଦ୍ୱାପର ଯୁଗରେ କହି ଯାଇଛନ୍ତି ଭଗବାନ ।
ୟଦା ୟଦା ହି ଧର୍ମସ୍ୟ ଗ୍ଲାନିର ଭବତି ଭାରତ
ଅଭ୍ୟୁଥାନମ୍ ଧର୍ମସ୍ୟ ତଦାନ୍ମାନମ୍ ଶ୍ରିଜାମ୍ୟହମ୍
ପରିତ୍ରାଣାୟ ସାଧୁନାମ୍ ବିନାଶାୟ ଚ ଦୁଷ୍କୃତାମ୍
ଧର୍ମ ସଂସ୍ଥାପନାଥାୟ ସମ୍ଭବାମି ୟୁଗେ ୟୁଗେ
ଯୁଗେ ଯୁଗେ ଜନ୍ମ ସମ୍ଭବ । ଅପେକ୍ଷା ତ କଳକୀ ଅବତାରକୁ ।
ସରିତା ପଣ୍ଡା
ଫୋନ ନଂ- ୯୭୭୮୩୯୫୫୨୫