ସାମ୍ବାଦିକ ଗୋଲାମ ଜିଲାନି ହବିବି ସମ୍ବର୍ଦ୍ଧିତ

ଧାମନଗର (ଓ୍ବାଇଏନଏସ): ଭୁବନେଶ୍ୱର ମଞ୍ଚେଶ୍ବରସ୍ଥିତ “ସ୍ବାଧୀକାର ଭବନ”କାର୍ଯ୍ୟାଳୟ ପରିସରରେ ସାମ୍ବାଦିକ ମାନ‌ଙ୍କର ବନ୍ଧୁମିଳନ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସ୍ବାଧୀକାରର ମୁଖ୍ୟ ସମ୍ପାଦକ ଅକ୍ଷୟ କୁମାର ପତି ଯୋଗଦେଇ ନିଜ ଦୀର୍ଘବର୍ଷର ଅଭିଜ୍ଞତା ବାଣ୍ଟିବା ସହ ସାମ୍ବାଦିକ ମାନଙ୍କୁ ନିର୍ଭିକତାର ସହ ସମ୍ବାଦ ପରିବେଷଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଧାମନଗର ବ୍ଲକ ସ୍ବାଧୀକାର ପ୍ରତିନିଧି ତଥା ନିର୍ଭୀକ ଭାବେ ସମ୍ବାଦ ପରିବେଷଣ କରୁଥିବା ଗୋଲାମ ଜିଲାନି ହବିବିଙ୍କୁ ସ୍ୱାଧୀକାର ପରିବାର ପକ୍ଷରୁ ମାନପତ୍ର ଉପଢୌକନ ପ୍ରଦାନ ପୂର୍ବକ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ “ସ୍ୱାଧିକାର”ପ୍ରକାଶକ ଶ୍ରୀମତୀ ସଂଧ୍ୟାରାଣୀ ପତି,ବରିଷ୍ଠ ସାମ୍ବାଦିକ ଲଳିତେନ୍ଦୁ ପଟ୍ଟନାୟକ ପ୍ରମୁଖଙ୍କ ଯୋଗଦେଇ ନିଜର ଅଭିଭାଷଣରେ ସାମ୍ବାଦିକତାର ଦୀର୍ଘ ୫୦ ବର୍ଷରୁ ଉର୍ଦ୍ଧ ଅଭିଜ୍ଞତା ଉପସ୍ଥିତ ସାମ୍ବାଦିକମାନଙ୍କୁ ମୁଖ୍ୟ ସମ୍ପାଦକ ଶ୍ରୀମତୀ ପତି ବାଣ୍ଟିଥିଲେ।ସ୍ବାଧୀକାର ପରିବାର ତରଫରୁ ମତେ ସମ୍ବର୍ଦ୍ଧିତ କରିଥିବାରୁ ସମ୍ବର୍ଦ୍ଧିତ ପ୍ରତିଭା ଗୋଲାମ ଜିଲାନି ହବିବି ଅଶେଷ ଅଶେଷ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ