୮୫ ବର୍ଷୀୟ ବୃଦ୍ଧାଙ୍କ ଭତ୍ତା ଟଙ୍କା ଗାଏବ ଅଭିଯୋଗ

ଛତ୍ରପୁର, (ଓ୍ବାଇଏନଏସ): ଟିପଛାପ ବା ଫିଙ୍ଗରପ୍ରିଣ୍ଟ ଦେଇ ବ୍ୟାଙ୍କ ଖାତାରୁ ଟଙ୍କା ଉଠାଉଥିବା ହିତାଧିକାରୀଙ୍କ ପାଇଁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି।  ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ମାଧପୁର ଗ୍ରାମର ୮୫ ବର୍ଷୀୟ ମହିଳା ମନାସ ନାୟକଙ୍କ ଭତ୍ତା ଟଙ୍କା ତାଙ୍କ ଅଜାଣତରେ ବ୍ୟାଙ୍କ ଖାତାରୁ ଉଠାଯାଇଥିବା ଅଭିଯୋଗ ହୋଇଛି। ଭତ୍ତା ଟଙ୍କା ପାଇବା ପାଇଁ ବୃଦ୍ଧା ଜଣକ ସି ଏସ ସି କେନ୍ଦ୍ରକୁ ଯାଇଥିବା ବେଳେ ତାଙ୍କ ଖାତାରୁ ୪୯୦୦ଟଙ୍କା ଉଠାଯାଇଥିବା ଜଣାପଡ଼ିଥିଲା। ନିଜ ଟଙ୍କା ନପାଇ ସେ ନ୍ୟାୟ ପାଇଁ ଗ୍ରାମ ର କିଛି ବ୍ୟକ୍ତି ଙ୍କ ସହିତ ସାଇବର ଥାନ ଏବଂ ପରେ ଛତ୍ରପୁର ଥାନାକୁ ଯାଇ ଅଭିଯୋଗ କରିଥିବା ଜଣାପଡିଛି । ଫିଙ୍ଗରପ୍ରିଣ୍ଟ ମାଧ୍ୟମରେ  ବୃଦ୍ଧା ଙ୍କ ଅଜ୍ଞାତରେ ଟଙ୍କା ଉଠାଣ ହୋଇଛି କି ନାହିଁ, ଏହା ପଛରେ କିଏ ରହିଛି ଏବଂ ପ୍ରକୃତରେ କେତେ ଟଙ୍କା ଉଠାଯାଇଛି, ସେନେଇ ପୋଲିସ ତଦନ୍ତ କରିଲେ ଜଣାପଡିବ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ