ଦୋକାନ ବୁଲି ବ୍ୟବସାୟୀ ମାନଙ୍କୁ ସଚେତନତା କରାଇଲେ ଜିଲ୍ଲାପାଳ
ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍) : ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହର ଦିନକୁ ଦିନ ସୈାଦର୍ଯ୍ୟକରଣ କରାଯାଉଛି । ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ନିର୍ଦ୍ଦେଶକ୍ରମ ଛତ୍ରପୁର ଏନଏସିର ବିଭିନ୍ନ କାର୍ଯ୍ୟ କରାଯାଇଛି । ଆହୁରୀ ମଧ୍ୟ କାର୍ଯ୍ୟ ଚାଲୁରହିଛି । ଏନେଇ ସୋମବାର ସକାଳ ଖୋଦ୍ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ସ୍ଥାନୀୟ ଲୋୟର ବସଷ୍ଟାଣ୍ଡ ଠାରୁ ଚଣ୍ଡି ଛକ ପର୍ଯ୍ୟନ୍ତ ସ୍ୱଚ୍ଛତାର ବାର୍ତ୍ତା ଦୋକାନ କୁ ଦୋକାନ ବୁଲି ପରିମଳ ବ୍ୟବସ୍ଥାର ତଦାରଖ କରିବା ସହ ସୁସ୍ଥ ସୁନ୍ଦର ବାତାବରଣ ରହିବା ନିମନ୍ତେ ସମସ୍ତେ ଡଷ୍ଟବିନ୍ ର ବ୍ୟବହାର କରିବାକୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ ବ୍ୟବସାୟୀ ଭାଇମାନଙ୍କୁ କହିଥିଲେ । ଯେଉଁମାନେ ଡଷ୍ଟବିନ୍ ବ୍ୟବହାର କରୁନାହାଁନ୍ତି ଆଜି ଠାରୁ ବ୍ୟବହାର କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ନଚେତ ଆଗାମୀ ଦିନରେ ଏନଏସି ପକ୍ଷରୁ ଜରିମାନା ବହୁ ପରିମାଣରେ ଆଦାୟ କରାଯିବ ବୋଲି ମଧ୍ୟ ଜିଲ୍ଲାପାଳ କଡା ନିର୍ଦ୍ଦେଶ ଦେଇଥିଲେ । ଡଷ୍ଟବିନ୍ ବ୍ୟବହାର କରିଲେ ନିଜନିଜ ଦୋକାନ ସଫା ରହିବା ସହ ପରିବେଶ ଏବଂ ସହର ସ୍ୱଚ୍ଛତା ରହିବ ବୋଲି ସେ କହିଥିଲେ । ଏହାସହ ଜିଲ୍ଲାପାଳ ପଲିଥିନ୍ କାରବାର ନେଇ ବହୁ ଦୋକାନ ରେ ନିଜେ ଯାଂଚ କରିଥିଲେ । ଯେଉଁମାନେ ପଲିଥିନ୍ କାରବାର କରୁଛନ୍ତି । ସେଥିରୁ ନିବୃତ ରୁହନ୍ତି । ନଚେତ୍ ଧରାପଡିଲେ ସେମାନଙ୍କ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯିବ ବୋଲି ସିଧାସଳଖ କହିଥିଲେ । ଏନଏସିର ନାଳ ନର୍ଦ୍ଦମା ପରିସ୍କାର ରଖିବା ସହ ଯେଉଁମାନେ ନାଳରେ ମଇଳା ପକାଉଛନ୍ତି । ତାହା ବନ୍ଦ କରି ଏନଏସି ମଇଳା ସଂଗ୍ରହ ଗାଡିରେ ପକାଇବା ନିମନ୍ତେ କୁହାଯାଇଛି । ଛତ୍ରପୁର ପନିପରିବା ମାର୍କେଟକୁ ଆଧୁନିକଧରଣ ମାର୍କେଟ କରାଯିବ । ଏହାର ଡିପିଆର ପ୍ରସ୍ତୁତ କରିବାକୁ ପଠାଯାଇଛି । ଛୋଟ ଛୋଟ ପନିପରିବା ଚାଷୀମାନେ ରାସ୍ତା କଡରେ ନବସି ମାର୍କେଟରେ ପିଡି ମାଧ୍ୟମରେ ବ୍ୟବସାୟ କରିପାରିବେ । ଏହାର ବ୍ୟବସ୍ଥା କରାଯିବ । ସହରରେ ଟ୍ରାଫିକ ସମସ୍ୟା ଏବଂ ପରିମଳ ସୁବ୍ୟବସ୍ଥା କରିବା ନିମନ୍ତେ ଏନଏସ କାର୍ଯ୍ୟନିର୍ବାହୀ ଅଧିକାରି ଗିରିଜା ଶଙ୍କର ମଲ୍ଲିକଙ୍କୁ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେ କହିଥିଲେ । ଏହାସହ ଯେଉଁମାନେ ଡଷ୍ଟବିନ ବ୍ୟବହାର କରୁନାହାଁନ୍ତି ଏବଂ ମଇଳା ଏଣେତେଣେ ପକାଉଛନ୍ତି ।ତାଙ୍କ ବିରୁଦ୍ଧ ରେ କଡାକାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।


