ଆଜିଠୁ ଝାରସୁଗୁଡାରୁ କୋଲକାତା ବିମାନ ଚଳାଚଳ

ଭୁବନେଶ୍ବର : ମଙ୍ଗଳବାର ଆରମ୍ଭ ହେଉଛି ଝାରସୁଗୁଡାରୁ କୋଲକାତା ବିମାନ ଚଳାଚଳ । ଉଡାନ ୩.୦ଯୋଜନରେ ନିୟମିତ ରୂପରେ ଚଳାଚଳ କରିବ ବିମାନ । ଆଜିଠାରୁ ଏଲାଏନ୍ସ ଏୟାର ବିମାନ କୋଲକାତା ବିମାନବନ୍ଦରରୁ ଦିନ ୧୧ଟା ୪୫ ମିନିଟରୁ ଆସି ୧ଟା ୧୫ ମିନିଟରେ ଝାରସୁଗୁଡ଼ାରେ ପହଞ୍ଚିବ। ଝାରସୁଗୁଡ଼ାରୁ ଦିନ ୧ଟା ୪୫ରୁ ଛାଡ଼ି ପୁଣି ୩ଟା ୧୫ ମିନିଟରେ କୋଲକାତାରେ ପହଞ୍ଚିବ । ଉଲ୍ଲେଖଯୋଗ୍ୟ ଯେ, ଗତ ସେପ୍ଟେମ୍ବର ୧୧ରେ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବିମାନ ଚଳାଚଳ ନେଇ ଲୋକସେବା ଭବନରେ ଆଞ୍ଚଳିକ ବିମାନ ଯୋଗାଯୋଗ ପରିଷଦର ବୈଠକ ବସିଥିଲା । ସେହି ବୈଠକରେ ବିମାନବନ୍ଦରରୁ ଆଉ ୨ଟି ନୂଆ ସହର ତଥା କୋଲକାତା ଏବଂ ବେଙ୍ଗାଲୁରୁକୁ ବିମାନ ଉଡ଼ାଣ ପାଇଁ ନିଷ୍ପତ୍ତି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ