ମହାପ୍ରଭୁ ଶିବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ
ଘଟଗାଁ- କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଗଦାଧରପୁର ଗାଁ ନିକଟବର୍ତି ସୁରଭି ନଦୀ ତଟରେ ଗତ ୨୬ ଜାନୁଆରୀ ଠାରୁ ମହାପ୍ରଭୁ ଶିବଙ୍କର ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଉତ୍ସବ ପାଳିତ ହେଉଅଛି । ଏହି ପୂଜା ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଚାଲୁରହିବ ଏବଂ ଆସନ୍ତା ୨୯ ତାରିଖ ଦିନ ମହାପ୍ରଭୁ ଶିବ ଭକ୍ତ ମାନଙ୍କୁ ଦର୍ଶନ ଦେବେ ବୋଲି ଉପସ୍ଥିତ ପଣ୍ଡିତ ମାନେ ପ୍ରକାଶ କରିଛନ୍ତି । ଗାଁ ଲୋକଙ୍କ କହିବା ଅନୁୁସାରେ ଏହି ମନ୍ଦିର ଆଜକୁ ଦୀର୍ଘ ୧୫ ବର୍ଷ ପୂର୍ବରୁ ଶୁଭାରମ୍ଭ ହୋଇଥିଲା । ଯାହା ୨୦୨୦ ମସିହା ଜାନୁଆରୀ ୨୬ ତାରିଖ ଠାରୁ ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ କରାଯାଉଅଛି । ଏନେଇ ସ୍ଥାନୀୟ ଲୋକଙ୍କ ମନରେ ଉତ୍ସାହ ଓ ମହାଦେବ ପ୍ରତି ଭକ୍ତି ଦେଖିବାକୁ ମିଳୁଛି ।


