ମହାନଗର ମହୋତ୍ସବ ପ୍ରଦର୍ଶନୀ ମେଳା ଉଦଘାଟିତ

ବ୍ରହ୍ମପୁର,(ଯୁଗାବ୍ଦ ନ୍ୟୁଜ୍‌): ସ୍ଥାନୀୟ ଖଲ୍ଲିକୋଟ କଲେଜ ଖେଳ ପଡିଆ ପରିସରରେ ଚାଲିଥିବା ୭ମ ମହାନଗର ମହୋତ୍ସବର ମହୋତ୍ସବ ପ୍ରଦର୍ଶନୀ ମେଳା ଉଦ୍ଘାଟିତ ହୋଇଯାଇଛି। ଦ୍ଵିତୀୟ ସନ୍ଧ୍ୟା ରେ  ମୁଖ୍ୟ ଅତିଥି ଭାବେ ଓଡିଶା ବିଧାନ ସଭାର ବାଚସ୍ପତି ତଥା ମହୋତ୍ସବ ର ମୁଖ୍ୟ ଉପଦେଷ୍ଟା ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ। ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ, ପୂର୍ବତନ ସାଂସଦ ତଥା ସିନେ ଅଭିନେତା ସିଦ୍ଧାନ୍ତ ମହାପାତ୍ର, ଓୟୁଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି, ଓୟୁଜେ ଗଞ୍ଜାମ ଜିଲ୍ଲା ସଭାପତି ପ୍ରକାଶ ପାଣିଗ୍ରାହୀ, ମହୋତ୍ସବ କମିଟି ସଭାପତି ନାରାୟଣ ମହାଙ୍କୁଡ, ସମ୍ପାଦକ ଗୋପାଳ ପଟ୍ଟନାୟକ, ଉପଦେଷ୍ଟା ମୋନଜ କାନ୍ତ ଦାସ, କୋଷଧକ୍ଷ ପ୍ରଣୟ ପଣ୍ଡା ,ପାଇକାରୀ ଭଣ୍ଡାର ସଭାପତି ସୁଧୀର ରାଉତ,ପ୍ରମୁଖ ମଞ୍ଚାସିନ ଥିଲେ।ପ୍ରଥମେ ଓଡିଶୀ ସଂଗୀତ ପରିଷଦର କଣ୍ଠଶିଳ୍ପୀ ଙ୍କ ଦ୍ଵାରା ପ୍ରାରମ୍ବୀକ ସଙ୍ଗୀତ ଗାନ କରାଯାଇଥିଲା।ଭାଷା ସାହିତ୍ୟ, କଳା ସଂସ୍କୃତି ସମନ୍ୱୟ ରେ ଏ ମହାନଗର ମହୋତ୍ସବରେ ଆଞ୍ଚଳିକ ପ୍ରତିଭାଙ୍କୁ ଉଜ୍ଜୀବିତ କରିବା ପାଇଁ ଲଗାତାର ତାର ୭ମ ବର୍ଷ ରେ  ସଫଳତା ର ଚୁଟିର ଅପେକ୍ଷାରେ । ଲୁଚି ଯାଉଥିବା କଳା, ସଂସ୍କୃତି ଓ ପ୍ରତିଭା ମାନଙ୍କୁ ସୁଯୋଗ ଦେବା ସହ ସେମାନଙ୍କ କଳା କୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚାଇବା ଏହି ମହୋତ୍ସବ ର ମୂଳ ଲକ୍ଷ୍ୟ ବୋଲି ଅତିଥି ମାନେ ମତ ପୋଷଣ କରିଥିଲେ।  ଦ୍ଵିତୀୟ  ଦିନରେ ବରିଷ୍ଠ ସାମ୍ବାଦିକ ସୁଦୀପ ସାହୁ ସଭାରେ ସଂଯୋଜନା କରିଥିବା ବେଳେ ଯୁଗ୍ମ ସମ୍ପାଦିକା ରଶ୍ମିତା ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ। ।  ଏହା ସହ ମହୋତ୍ସବ ମଞ୍ଚରେ କମ ବୟସରେ ବିଭିନ୍ନ ବ୍ରାଣ୍ଡ ର କାର ୮୦ ରୁ ଉର୍ଦ୍ଧ୍ଵ  ମଡେଲ କୁ ନିଜ ପାଟିରେ ୩ ମିନିଟ ରେ କହୁଥିବା ବିସ୍ମୟ ବାଳକ ସୁନାବେଢା ର ସାଇ ଅନିସ ଙ୍କୁ ମାନ୍ୟଗଣ୍ୟ ଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ପରେ ଆୟୋଜିତ ହୋଇଥିଲା ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ। ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାରେ ,ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ବଲାଙ୍ଗୀର ରୁ ଆସିଥିବା ସଙ୍ଗୀତ ସାଧନା ଅନୁଷ୍ଠାନର କଳାକାର ଙ୍କ ଦ୍ଵାରା ସମ୍ବଲପୁରୀ ନୃତ୍ୟ, ବ୍ରହ୍ମପୁର ନୃତ୍ୟ ତରଙ୍ଗ କଳାକେନ୍ଦ୍ର ତରଫରୁ ଓଡିଶୀ ନୃତ୍ୟ, ଲିଜୋମ ଡ୍ୟାନ୍ସ ଗ୍ରୁପ ପକ୍ଷରୁ ଆଧୁନିକ ନୃତ୍ୟ, ଅନ୍ୱେସା କଳାକେନ୍ଦ୍ର ର ଛାତ୍ରଛାତ୍ରୀ ଙ୍କ ପକ୍ଷରୁ ସମ୍ବଲପୁରୀ,ଓ ସ୍ଥାନୀୟ କଣ୍ଠ ଶିଳ୍ପୀଙ୍କ ଦ୍ବାରା ମେଲୋଡି ସୋ ଆୟୋଜିତ ହୋଇଥିଲା। ଏଥିସହ ମହୋତ୍ସବ ଦ୍ଵିତୀୟ ସଂଧ୍ୟା ର ମୁଖ୍ୟ ଆକର୍ଷଣ ଥିଲେ ଓଡ଼ିଆ ଚଳଚିତ୍ର ଜଗତର ଅଭିନେତା ଜ୍ୟୋତି ରଞ୍ଜନ ନାୟକ ଓ ହାସ୍ୟ ଅଭିନେତା ବ୍ଲାକ ରବି।। ସିନେ ତାରକା ଜ୍ୟୋତି ନିଜ ଡ୍ୟାନ୍ସ ଗ୍ରୁପର ସାଥି ଙ୍କ ସହ ଆକର୍ଷଣୀୟ ନୃତ୍ୟ ପରିବେଷଣ କରିଥିବା ବେଳେ ହାସ୍ୟ ଅଭିନେତା ବ୍ଲାକ ରବି ନିଜର କମେଡି ମାଧ୍ୟମରେ  ଦର୍ଶକଙ୍କୁ ହସାଇ ହସାଇ ବେଦାନ୍ତ କରିଥିଲେ ।ଅନ୍ୟପଟେ ମହୋତ୍ସବ ର ଦ୍ଵିତୀୟ ଦିନରେ ଅପରାହ୍ନରେ ଗଞ୍ଜାମ ପୁଡ଼ାମାରି କବି ନଟବର ସିଂହ ସାହିତ୍ୟ ସଂସଦ ପକ୍ଷରୁ ସାହିତ୍ୟ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ବହୁ କବି କବୟିତ୍ରୀ ଯୋଗ ଦେଇ ନିଜ ନିଜର କବିତା ପାଠ କରିଥିଲେ। ଏହା ସହ ବିଶିଷ୍ଟ କବି ମାନଙ୍କୁ ମଂଚ ରେ ସମ୍ମାନିତ କରାଯାଇଥିଲା। ଏହି ମହୋତ୍ସବ ର ଅନ୍ୟତମ ଆକର୍ଷଣ ହେଉଛି ରାଜ୍ୟ ତଥା ରାଜ୍ୟ ବାହାରର ୧୨୦ ରୁ ଉର୍ଦ୍ଧ ଷ୍ଟୋଲ। ଯେଉଁଥିରେ ବିଭିନ୍ନ ଘରୋଇ ଉପକରଣ ସାମଗ୍ରୀ, କୁଟୀର ଶିଳ୍ପ ଆଦି ପ୍ରଦର୍ଶିତ ହେବା ସହ ବିକ୍ରିବଟା କରାଯାଉଛି। ଆୟୋଜିତ ଏହି ମହୋତ୍ସବ କୁ ପ୍ରଶାନ୍ତ ଦାସ, ଅଭିରାମ ପାତ୍ର, ଚିଙ୍କୁ ପ୍ରତିନିଧି, ଶଙ୍କର ରଣା, ମିହିର ତ୍ରିପାଠୀ, ,ସୂର୍ଯ୍ୟ ନାରାୟଣ ଦାସ, କାର୍ତ୍ତିକ ପାଣିଗ୍ରାହୀ, କାହ୍ନୁ ରାଉତ,ଶିବାନି,ଦିପୁ,କେ.ରବୀନ୍ଦ୍ର କୁମାର ଦାସ, ମିଡିଆ ସେଲ ସଂଯୋଜକ ଅସିତ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ