ଚିକିତ୍ସା ପଦ୍ଧତିରେ ଗର୍ଭପାତ (ସଂଶୋଧନ) ବିଲ୨୦୨୦କୁ କ୍ୟାବିନେଟ ମଞ୍ଜୁରି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଚିକିତ୍ସା ପଦ୍ଧତିରେ ଗର୍ଭପାତ ଆଇନ ୧୯୭୧ରେ ସଂଶୋଧନ ଆଣିବା ଉଦ୍ଦେଶ୍ୟରେ ଚିକିତ୍ସା ପଦ୍ଧତିରେ
ଗର୍ଭପାତ (ସଂଶୋଧନ) ବିଲ ୨୦୨୦ ଆଗତ କରିବା ପ୍ରସ୍ତାବକୁ ମଞ୍ଜୁରି ଦେଇଛନ୍ତି । ଏହି ବିଲ ସଂସଦର ଆଗାମୀ ଅଧିବେଶନରେ ଉପସ୍ଥାପନ କରାଯିବ । ପ୍ରସ୍ତାବିତ ସଂଶୋଧନର ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱ

 ଗର୍ଭାବସ୍ଥାର ୨୦ ସପ୍ତାହ ପର୍ଯ୍ୟନ୍ତ ଗର୍ଭପାତ କରାଇବା ଲାଗି ଜଣେ ଚିକିତ୍ସକଙ୍କ ପରାମର୍ଶ ନେବାର ଆବଶ୍ୟକତା ଏବଂ ଗର୍ଭାବସ୍ଥାର ୨୦ରୁ୨୪ ସପ୍ତାହ ମଧ୍ୟରେ ଗର୍ଭପାତ କରାଇବା ଲାଗି ୨ଜଣ ଚିକିତ୍ସକଙ୍କ ପରାମର୍ଶ ନେବା ଜରୁରୀ ହେବ ।

 ସ୍ୱତନ୍ତ୍ର ଧରଣର ମହିଳାଙ୍କ ପାଇଁ ଗର୍ଭପାତ ଲାଗି ଗର୍ଭାବସ୍ଥାର ସୀମା ୨୦ ରୁ ବୃଦ୍ଧି କରି ୨୪ ସପ୍ତାହ କରିବା ଲାଗି ବିଲରେ ପ୍ରସ୍ତାବ ରହିଛି । ତେବେ ନିୟମରେ  ଶୋଧନ
ଅଣାଯାଇ ଏପରି ମହିଳାମାନଙ୍କୁ ସ୍ୱତନ୍ତ୍ର ତାଲିକାରେ ସାମିଲ କରାଯିବ । ଏମାନଙ୍କ ମଧ୍ୟରେ ଦୁଷ୍କର୍ମ ପୀଡିତା, ସମ୍ପର୍କୀୟମାନଙ୍କ ଦ୍ୱାରା ଯୌନ ଶୋଷଣର ଶିକାର ହୋଇଥିବା ଏବଂ ଦିବ୍ୟାଙ୍ଗ ଓ ନାବାଳିକାଙ୍କ ଭଳି ଅସୁରକ୍ଷିତ ମହିଳାମାନଙ୍କୁ ଏଥିରେ ସାମିଲ କରାଯିବ ।

 ମେଡିକାଲ ବୋର୍ଡଦ୍ୱାରା ଯାଂଚ ପରେ ଶାରୀରିକ ଭ୍ରୂଣ ସମ୍ବନ୍ଧୀୟ ବିଷମତା କ୍ଷେତ୍ରରେ ଗର୍ଭାବସ୍ଥାର ଉପରିସ୍ଥ ସୀମା ଲାଗୁ ହେବ ନାହିଁ । ମେଡିକାଲ ବୋର୍ଡର ସଂଗଠକ, କାର୍ଯ୍ୟ ଓ ଅନ୍ୟାନ୍ୟ ବିବରଣୀ ଆଇନର ନିୟମ ଅନ୍ତର୍ଗତ ନିର୍ଦ୍ଧାରଣ କରାଯିବ ।

 ଯେଉଁ ମହିଳାଙ୍କ ଗର୍ଭପାତ ହେବ ତାଙ୍କର ନାମ ଓ ଅନ୍ୟାନ୍ୟ ସୂଚନା ଆଇନ ଅନୁଯାଇ ନିର୍ଦ୍ଧାରିତ ବିଶେଷ ବ୍ୟକ୍ତିଙ୍କ ବ୍ୟତିତ ଅନ୍ୟ କାହା ସମ୍ମୁଖରେ ପ୍ରକାଶ କରାଯିବ ନାହିଁ । ମହିଳାଙ୍କ ଲାଗି ଚିକିତ୍ସାତ୍ମକ, ସୁପ୍ରଜନନ, ମାନବୀୟ ତଥା ସାମାଜିକ ଆଧାରରେ ସୁରକ୍ଷିତ ଏବଂ ବୈଧ ଗର୍ଭପାତ ସେବାର ସମ୍ପ୍ରସାରଣ କରିବା ଲାଗି ଚିକିତ୍ସା ପଦ୍ଧତି ଗର୍ଭପାତ ସଂଶୋଧନ ବିଲ ୨୦୨୦ ଅଣାଯାଉଛି । ପ୍ରସ୍ତାବିତ ସଂଶୋଧନରେ କେତେକ ଉପଧାରାକୁ ସ୍ଥାନିତ କରିବା, ବର୍ତମାନର ଗର୍ଭପାତ ଆଇନ ୧୯୭୧ରେ ନିର୍ଦ୍ଧାରିତ ସର୍ତ ସହିତ ଗର୍ଭପାତ ଲାଗି ଗର୍ଭାବସ୍ଥାର ଉପରିସ୍ଥ ସୀମା ବୃଦ୍ଧି କରିବା ଉଦ୍ଦେଶ୍ୟରେ ନୂଆ  ଅନୁଛେଦ ଯୋଡିବା ଏହାର ଉଦ୍ଦେଶ୍ୟ । ସୁରକ୍ଷିତ ଗର୍ଭପାତ ସେବା ଓ ଗୁଣବତା ସହ ସାଲିସ ନ କରି କଠୋର ସର୍ତ ସହିତ ସାମଗ୍ରୀକ ଗର୍ଭପାତ ଯତ୍ନକୁ ପୂର୍ବାପେକ୍ଷା ଆହୁରି ଅଧିକ କଠୋର ଭାବେ ଲାଗୁ କରିବା ନିମନ୍ତେ ଏହି ବିଲ ଅଣାଯାଇଛି ।
ମହିଳାଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏହା ଏକ ବଡ ପଦକ୍ଷେପ ଏବଂ ଏହାଦ୍ୱାରା ବହୁ ସଂଖ୍ୟକ ମହିଳା ଉପକୃତ ହୋଇପାରିବେ । ନିକଟରେ ନ୍ୟାୟାଳୟରେ କେତେଗୁଡିଏ
ମାମଲା ଦାୟର କରାଯାଇଥିଲା, ଏଥିରେ ଭ୍ରୂଣ ସମ୍ପନ୍ଧୀୟ ବିଷମତା ଏବଂ ଯୌନ ଶୋଷଣର ଶିକାର ମହିଳାଙ୍କ ଗର୍ଭଧାରଣ ଆଧାରରେ ଗର୍ଭପାତର ମଞ୍ଜୁରିପ୍ରାପ୍ତ ସୀମାକୁ
ଅଧିକ କରିବା ଲାଗି ଅନୁମତି ମଗାଯାଇଥିଲା । ଯେଉଁ ମହିଳାମାନଙ୍କର ଗର୍ଭପାତ କରାଇବା ନିହାତି ଆବଶ୍ୟକ, ସେମାନଙ୍କ ପାଇଁ ଗର୍ଭାବସ୍ଥାର ଅବଧିରେ ପ୍ରସ୍ତାବିତ ବୃଦ୍ଧି
ଫଳରେ ସେମାନଙ୍କର ଆତ୍ମସମ୍ମାନ, ସ୍ୱାୟତତା, ଗୋପନୀୟତା ଏବଂ ନ୍ୟାୟ ସୁନିଶ୍ଚିତ ହେବ । ସ୍ୱାସ୍ଥ୍ୟ ଏବଂ ପରିବାର ମନ୍ତ୍ରଣାଳୟ ପକ୍ଷରୁ ମହିଳାଙ୍କୁ ସୁରକ୍ଷିତ ଗର୍ଭପାତ ସେବା ଯୋଗାଇଦେବା ଓ ଚିକିତ୍ସା କ୍ଷେତ୍ରରେ ପ୍ରଯୁକ୍ତି ବିକାଶକୁ ଧ୍ୟାନରେ ରଖି ବିଭିନ୍ନ ଅଂଶୀଦାର ଓ ମନ୍ତ୍ରଣାଳୟଗୁଡିକ ସହିତ ବ୍ୟାପକ ବିଚାର ବିମର୍ଶ ପରେ ଗର୍ଭପାତ ଆଇନରେ ସଂଶୋଧନ ଲାଗି ପ୍ରସ୍ତାବ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ