ବିଜେପିକୁ ଝଟକା : ଅନୁରାଗ, ପ୍ରବେଶଙ୍କୁ ବାସନ୍ଦାଦେଶ

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ନିର୍ବାଚନ କମିଶନଙ୍କ ଝଟ୍‌କା ଲାଗିଛି । ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ କାରଣରୁ ଅନୁରାଗ ଠାକୁର ଏବଂ ପ୍ରବେଶ ବର୍ମାଙ୍କ ଉପରେ ନିର୍ବାଚନ କମିଶନଙ୍କ ପକ୍ଷରୁ ବାସନ୍ଦାଦେଶ ଜାରି କରାଯାଇଛି । ଅନୁରାଗଙ୍କୁ ୭୨ ଘଣ୍ଟା ପାଇଁ ବାସନ୍ଦ କରାଯାଇଥିବା ବେଳେ ପ୍ରବେଶ ବର୍ମାଙ୍କୁ ୯୬ ଘଣ୍ଟା ପାଇଁ ବାସନ୍ଦ କରାଯାଇଛି । ଫଳରେ ଉଭୟ ସମାନ ସମୟରେ ପ୍ରଚାରରୁ ଦୂରେଇ ରହିବେ । ଉଲ୍ଲେଖଯୋଗ୍ୟ ଯେ, ଅନୁରାଗ ଠାକୁର ଏକ ରାଲିରେ ଦେଶ କେ ଗଦ୍ଦାରୋ ନାରା ବାଜି କରିଥିବା ବେଳେ ପ୍ରବେଶ ବର୍ମା ଶାହିନ୍‌ବାଗ୍‌କୁ ନେଇ ଏକ ଧାର୍ମିକ ଟ୍ବିଟ୍‌ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ