୨୦ତମ ଲକ୍ଷ୍ମୀନାରାୟଣ ଆନ୍ତଃଜିଲ୍ଲା କ୍ରିକେଟ୍ ପ୍ରତିଯୋଗିତା ଉଦ୍ଯାପିତ
ଛତ୍ରପୁର-: ଛତ୍ରପୁର ବ୍ଲକ ବିପୁଳିଙ୍ଗି ପଂଚାୟତ ଅନ୍ତର୍ଗତ କରାତଳି ଗ୍ରାମସ୍ଥିତ ଗୋରଡା କ୍ରିକେଟ୍ ଗ୍ରାଉଣ୍ଡ ଠାରେ ଯୁବ ସମାଜସେବୀ ହେମନ୍ତ କୁମାର ନାହାକ ଅଧ୍ୟକ୍ଷତାରେ ରାକେଶ ମେମୋରିଅଲ ୨୦ତମ ଆନ୍ତଃଜିଲ୍ଲା ଲକ୍ଷ୍ମୀନାରାୟଣ କ୍ରିକେଟ ପ୍ରତିଯୋଗିତା ଗୁରୁବାର ଉଦଯାପିତ ହୋଇଯାଇଛି । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇ କ୍ରିଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ । ସମ୍ମାନୀତ ଅତିଥୀଭାବେ ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ନେତା ତଥା ସୁଗଂଠକ ଭାଗିରଥୀ ବେହେରା, କଂଗ୍ରେସନେତା ଗଣପତି ବାରିକ, ପୂର୍ବତନ ସରପଂଚ ଟି.କ୍ରିଷ୍ଣା ରେଡ୍ଡୀ ଓ ଡି.ରାମସ୍ୱାମୀ ରେଡ୍ଡୀ, ଯୁବନେତା ବଳିଆ ବେହେରା, ବିଜେପି ନେତା ସଂଜିତ୍ ରାଉଳ ପ୍ରମୁଖ ମଞ୍ଚାସୀନ ଥିଲେ । ଉଦ୍ଯାପନୀ ମ୍ୟାଚ୍ ରେ ବିଶାଖପାଟଣା ଏକାଦଶ ସହ ଗଂଜାମ ଏକାଦଶ ମଧ୍ୟରେ ମୁକାବିଲା ହୋଇଥିଲା । ବର୍ଷା ଯୋଗୁଁ ଡିଏଲ ମେଥେଡ୍ ଅନୁଯାୟୀ ବିଶାଖପାଟଣ ଏକାଦଶ ବିଜୟୀ ହୋଇଥିଲେ । ମ୍ୟାଚର ବିଜୟୀ ଟିମ୍ ତଥା ବିଶାଖପାଟଣା ଏକାଦଶକୁ ଟ୍ରଫି ସହ ୪୫ହଜାର ଟଙ୍କା ଏବଂ ପରାଜୟ ଟିମ୍ ତଥା ଗଂଜାମ ଏକାଦଶକୁ ଟ୍ରଫି ସହ ୩୫ହଜାର ଟଙ୍କା ଅତିଥୀମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ବେଳେ ମ୍ୟାନ ଅଫ୍ ଦି ମ୍ୟାଚ ଏବଂ ମ୍ୟାନ ଅଫ ଦି ସିରିଜ ଭାବେ ଗଂଜାମ ଏକାଦଶର ମିଥୁନ ଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲ।। ଉଦଯାପନୀ ମ୍ୟାଚ୍ ରେ ଅମ୍ପାୟର ଭାବେ ରାଜେନ୍ଦ୍ର ନାହାକ ଓ ଲୋକନାଥ ପୁରୋହିତ ଖେଳ ପରିଚାଳନା କରିଥିଲେ । ସ୍କୋର ଭାବେ ଆନନ୍ଦ ଦାସ ଏବଂ ଭାଷ୍ୟାକର ଭାବେ ସଂଜୟ ନାହାକ ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଭାଗିରଥୀ ଖୁଂଟିଆ, ବିକାଶ ନାହାକ, ସାନ୍ତୁନୁ ନାହାକ, ହରେକୃଷ୍ଣ ମଣ୍ଡଳ, ବିଶ୍ୱରଂଜନ ଦାସଙ୍କ ସମେତ ଏଲ.ଏନ.ସିଟି ର ସମସ୍ତ ସଭ୍ୟ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଡିସେମ୍ବର ୨୫ତାରିଖ ଠାରୁ ଏହି ପ୍ରତିଯୋଗିତା ଆରମ୍ଭ ହୋଇ ଆଜି ଶେଷ ହୋଇଥିଲା । ଏଥିରେ ୩୨ଗୋଟି ଟିମ୍ ଅଂଶ ଗ୍ରହଣ କରିଥିଲେ ।


