ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଆନନ୍ଦପୁର :- ଦିନିକିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେ ଆନନ୍ଦପୁର ବ୍ୟାରେଜ୍କୁ ଉଦ୍‌ଘାଟନ କରିଛନ୍ତି । ପ୍ରାୟ ୪୭୫କୋଟି ଟଙ୍କା ବ୍ୟୟରେ ବୈତରଣୀ ନଦୀ ଉପରେ ନିର୍ମିତ ହୋଇଥିବା ଏହି ବ୍ୟାରେଜ୍ ହେବା ଫଳରେ ବହୁ ଦିନର ଅଞ୍ଚଳବାସୀଙ୍କର ସ୍ୱପ୍ନ ପୂରଣ ହେଲା ବୋଲି କୁହାଯାଉଛି। ଏହି ବ୍ୟାରେଜର ଦୈର୍ଘ୍ୟ ୪୯୦ ମିଟର ହୋଇଥିବା ବେଳେ ଜଳଧାରଣ କ୍ଷମତା ୩୫୦ ଲକ୍ଷ ଘନ ମିଟର । ଏହି ବ୍ୟାରେଜ ଦ୍ୱାରା କେନ୍ଦୁଝର ଜିଲ୍ଲାର ଆନନ୍ଦପୁର, ହାଟଡ଼ିହି ଓ ଘସିପୁରା ବ୍ଲକରେ ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ । ସେହିପରି ବାଲେଶ୍ୱର ଜିଲ୍ଲାର ଖଇରା, ଔପଦା, ନୀଳଗିରି, ବହାନଗା, ବାଲେଶ୍ୱର ସଦର, ରେମୁଣା ଓ ସୋର ବ୍ଲକର ୬୦ ହଜାର ହେକ୍ଟର ଚାଷ ଜମିକୁ ଜଳସେଚନ ସୁବିଧା ମିଳିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ