ବ୍ୟାସନଗର ସହରରେ ଖୋଲିଲା ବିଗ ବଜାର ସପିଂ ମଲ

ଯାଜପୁର: ଯାଜପୁର ଜିଲା ବ୍ୟାସନଗର ସହରରେ ଉଦ୍‌ଘାଟିତ ହୋଇଛି ବିଗ ବଜାର ସପିଂ ମଲ । ପୈାରାଞ୍ଚଳର ଚୋରଦା ବାଇପାସ୍ ଠାରେ ଉତ୍କଳ ସେଣ୍ଟର ପଏଣ୍ଟ ପକ୍ଷରୁ ନିର୍ମିତ କୋଠାରେ ଏହି ମଲଟି ଉଦ୍‌ଘାଟିତ ହୋଇଛି । କୋରେଇ ବିଧାୟକ ଅଶୋକ କୁମାର ବଳ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉଦଘାଟନୀ ଉତ୍ସବରେ ବ୍ୟାସନଗର ପୌରପାଳିକାର ପୂର୍ବତନ ପୌରାଧକ୍ଷା ସବିତା ରାଉତ ଯୋଗ ଦେଇଥିଲେ । ଏଥିରେ ସବୁ ବର୍ଗର ଗ୍ରାହକଙ୍କ ପାଇଁ ମନପସନ୍ଦର ଜିନିଷ ମିଳୁଛି । ଏଥିରେ ବିଭିନ୍ନ ଘରକରଣା ସାମଗ୍ରୀ ଠାରୁ ଆରମ୍ଭ କରି ଖେଳସାମଗ୍ରୀ ଓ ଲୁଗାପଟା ସୁଲଭ ଦରରେ ବିଭିନ୍ନ ଅଫରରେ ମିଳୁଛି । ଏହି ଅବସରରେ ଉତ୍କଳ ସେଣ୍ଟରର ଚେୟାରମ୍ୟାନ ସୁବାଷ ଭୁରା ଏବଂ ମୁଖ୍ୟ ପରିଚାଳକ ଶରଦ ବୈଦ ସମେତ ବହୁ ବରିଷ୍ଠ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ଏପରି ବଡ଼ ମଲ ବ୍ୟାସନଗର ଖୋଲାଯିବା ଫଳରେ ସହରବାସୀ ଖୁସିବ୍ୟକ୍ତ କରିଛନ୍ତି । ମଲ ଉଦ୍‌ଘାଟନର ପ୍ରଥମ ଦିନରେ ମଧ୍ୟ ଗ୍ରାହକ ମାନଙ୍କର ବେଶ ଭିଡ଼ ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ