ତୈଳ ଟ୍ୟାଙ୍କରେ ବିସ୍ଫୋରଣ, ୨ ଭାରତୀୟ ନାବିକ ମୃତ

ନୂଆଦିଲ୍ଲୀ : ୟୁନାଇଟେଡ୍‌ ଆରବ ଏମିରେଟ୍‌ସ(ୟୁଏଇ) ସୀମାରେ ଏକ ତୈଳ ଟ୍ୟାଙ୍କରରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଦୁଇ ଜଣ ଭାରତୀୟ ନାବିକ ପ୍ରାଣ ହରାଇଛନ୍ତି । ୟୁଏଇ ତଟରେ ଏକ ତୈଳ ଟ୍ୟାଙ୍କର ଯାଉଥିବା ଜାହାଜଟିରେ କୌଣସି କାରଣରୁ ବିସ୍ଫୋରଣ ଘଟିଥିଲା । ଜାହାଜରେ ସମୁଦାୟ ୫୫ ଜଣ ବ୍ୟକ୍ତି ରହିଥିବା ବେଳେ ତନ୍ମଧ୍ୟରୁ ୧୨ ଜଣ ଜାହାଜ କର୍ମଚାରୀ ରହିଛନ୍ତି । ବିସ୍ଫୋରଣ ପରେ ଦୁଇ ଜଣ ଭାରତୀୟ ନିହତ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି । ବିସ୍ଫୋରଣ ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୦ ଜଣ ନିଖୋଜ ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ