ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଜମୁଛି ପ୍ରଚାର
ରାଜ୍ୟରେ ସରିଛି ତିନୋଟି ପର୍ଯ୍ୟାୟ ନିର୍ବାଚନ । ଏବେ ୪ର୍ଥ ନିର୍ବାଚନ ଉପରେ ରାଜନୈତିକ ଦଳ ଅଙ୍କ କଷୁଛନ୍ତି । ରାଜ୍ୟରେ ଗ୍ରୀଷ୍ମ ଲହରୀ ଅପେକ୍ଷା ରାଜନୈତିକ ôତାତି ଅଧିକା ବାରି ହୋଇପଡୁଛି । ସମସ୍ତ ପାର୍ଥୀ ଏବେ ଜୋରଦାର ପ୍ରଚାର କରିଛନ୍ତି । ଆସନ୍ତା ୨୯ ତାରିଖରେ ରାଜ୍ୟରେ ଶେଷ ତଥା ଚୁଡାନ୍ତ ନିର୍ବାଚନ ଅନୁଷ୍ଠିତ ହେବ । ଏହି ପର୍ଯ୍ୟାୟରେ ୯ଟି ରାଜ୍ୟର ୭୧ଟି ଲୋକସଭା କ୍ଷେତ୍ରରେ ଭୋଟ ଗ୍ରହଣ କରାଯିବ । ସେଥିମଧ୍ୟରୁ ମହାରଷ୍ଟ୍ରର ୧୭ଟି, ଉତ୍ତର ପ୍ରଦେଶ ଓ ରାଜସ୍ଥାନର ୧୩ଟି, ପଶ୍ଟିମବଙ୍ଗ ୮ôଟି , ଓଡିଶା ଓ ମଧ୍ୟପ୍ରଦେଶର ୬ଟି, ବିହାରର ୫ଟି, ଝାଡଖଣ୍ଡରେ ୩ଟି ସଂସଦୀୟ କ୍ଷେତ୍ରରେ ପ୍ରତିନିଧି ବାଠିବେ ସାଧାରଣ ଜନତା । ସେହି ଅନୁସାରେ ରାଜ୍ୟର ୩ଟି ପର୍ଯ୍ୟୟରେ ୧୫ଟି ଲୋକସଭା ଓ ତତ୍ସଂଲଗ୍ନ ୭୫ଟି ବିଧାନସଭା ଆସନରେ ମତଦାନ ସରିଛି । ତେବେ ଶେଷ ପର୍ଯ୍ୟାୟରେ ୬ଟି ଲୋକସଭ ଆସନ ଯଥା- ମୟୁରଭଞ୍ଜ, କେନ୍ଦ୍ରାପଡା, ଭଦ୍ରକ , ଜାଯପୁର, ଜଗତସିଂହପୁର ଓ ବାଲେଶ୍ୱର ଓ ଏହାର ଅଧିନରେ ଆସୁଥିବା ୪୧ଟି ବିଧାନସଭା ଆସନରେ ଭୋଟ ଗ୍ରହଣ କରାଯିବ । କେନ୍ଦ୍ରାପଡା ଲୋକସଭା ଆସନ ଅନ୍ତଃର୍ଗତ ପାଟକୁରା ବିଧାନସଭା ଆସନରେ ଆସନ୍ତା ମେ ୧୯ରେ ମତଦାନ ହେବ ।