ନିଟ ପରୀକ୍ଷାରେ ସଫଳତା ହାସଲ କରିଥିବା ପ୍ରଭୁଦତ୍ତଙ୍କୁ ଭେଟିଲେ ଉପଜିଲ୍ଲାପାଳ

ହାଟଡିହି(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଅଧିନସ୍ଥ ଗ୍ରାମର ମିଠିଗାଁ  ଗ୍ରାମର  ପ୍ରଭୁଦତ୍ତ ଭୋଇ   ନିଟ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେ ୬୫୭ ମାର୍କ ରଖି ସର୍ବ ଭାରତୀୟ ସ୍ତରରେ ୧୪୮୨ନମ୍ବର ରାଙ୍କ ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ତାଙ୍କର ଏହି ସଫଳତା ଖବର ପାଇ ଆନନ୍ଦପୁର ଉପଜିଲ୍ଲାପାଳ ନୀଳ ମାଧବ ସୁନା ତାଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ପ୍ରଭୁଦତ୍ତଙ୍କ ଏହି ସଫଳତାରେ ପରିବାରବର୍ଗ, ବନ୍ଧୁବାନ୍ଧବ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ତାଙ୍କ ସଫଳତା ଅଞ୍ଚଳର ଅନ୍ୟ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି ଉପଜିଲ୍ଲାପାଳ କହିଛନ୍ତି। ଉପଜିଲ୍ଲାପାଳଙ୍କ ସହ ବିଜେପି ନେତା ଆଲୋକ କୁମାର୍ ସେଠୀ, ଦେବ ରଞ୍ଜନ ସାହୁ, ନିକୁଞ୍ଜ ବିହାରୀ ଓଝା ପ୍ରମୁଖ ପ୍ରଭୁଦତ୍ତଙ୍କୁ ଭେଟି ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ