ଯାତ୍ରୀ ବିଶ୍ରାମଗାର ନିର୍ମାଣ ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ
ନାଉଗାଁ,(ଓ୍ବାଇଏନଏସ): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ମୁଣ୍ଡାଳ-ଖଇରାବସ୍ତରୁ କଣିପଡାକୁ ସଂଯୋଗ କରୁଥିବା ରାସ୍ତାର ସ୍ଥାନରେ ଏକ ଯାତ୍ରୀ ବିଶ୍ରାମଗାର ନିର୍ମାଣ ପାଇଁ ବିଡିଓ ନିରଞ୍ଜନ ପରିଡାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଉକ୍ତ ଦାବିପତ୍ରକୁ ସୁନିଲ ମାଟିଆ ଓ ସୌମ୍ୟ ସଂଜୀବ ଦାସ ପ୍ରଦାନ କରିଛନ୍ତି। ଦାବି ମୁତାବକ ଉକ୍ତ ରାସ୍ତା ଦେଇ ପଲିଟେକନିକ ମହାବିଦ୍ୟାଳୟ ଓ ଅନ୍ୟାନ୍ୟ ମହାବିଦ୍ୟାଳୟକୁ ଛାତ୍ରଛାତ୍ରୀମାନେ ଯାଉଥିବା ବେଳେ ଯାତ୍ରୀମାନେ ବିଭିନ୍ନ ସ୍ଥାନକୁ ଯିବା ପାଇଁ ବସ ପାଇଁ ଉକ୍ତ ରାସ୍ତାରେ ଅପେକ୍ଷା କରିଥାନ୍ତି। କିନ୍ତୁ ଉକ୍ତ ସ୍ଥାନରେ କୌଣସି ଗୃହ ନଥିବାରୁ ଯାତ୍ରୀମାନେ ବର୍ଷା,ଖରାରେ ବାଧ୍ୟ ହୋଇ ଅପେକ୍ଷା କରିବାକୁ ପଡିଥାଏ। ତେଣୁ ଯାତ୍ରୀମାନଙ୍କର ସ୍ୱାର୍ଥ ଦୃଷ୍ଟିରୁ ଯାତ୍ରୀ ବିଶ୍ରାମଗାରା ନିର୍ମାଣ ପାଇଁ ଦାବିପତ୍ରରେ ଦର୍ଶାଯାଇଛି।


