ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ଉଦଯାପିତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଏନ୍ଏସି ପକ୍ଷରୁ ୫୩ ତମ ପବିତ୍ର ନିଖିଳ ଭାରତ ସ୍ବାୟତ୍ତ ଶାସନ ସପ୍ତାହ ପାଳନ ସମାରୋହ ସୋମବାର ବିଳମ୍ବିତ ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।ବଜାର ଗାନ୍ଧୀ ଛକଠାରେ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମିଶ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ।  ବିଚିତ୍ର ବର୍ଣ୍ଣାଳି ନାଟ୍ୟ ସଂସଦର ସମ୍ପାଦକ ଆଲୋକ ବିଷୋୟୀ  ଙ୍କ  ସଂଯୋଜନାରେ ଆୟୋଜିତ ଉତ୍ସବରେ ଏନ୍ଏସି ଅଧ୍ୟକ୍ଷ ପ୍ରଫୁଲ୍ଲ  ପଣ୍ଡା ସଭାପତିତ୍ବ କରିଥିଲେ। ଏଥିରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୂଖ୍ଯଅତିଥି ଭାବେ ଯୋଗ ଦେଇ ଗଣତନ୍ତ୍ର ର ସୁରକ୍ଷା ପାଇଁ ସମ୍ମିଳିତ ଉଦ୍ୟମ ଆବଶ୍ୟକ। ସହରର ସାମଗ୍ରୀକ ବିକାଶ ପାଇଁ ସେ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ। ସହରକୁ ମ୍ୟୁନିସିପାଲଟି ର ମାନ୍ୟତା ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ। ସଭାରେ  କାଉନସିଲର ଦୀପକ କୁମାର ମିଶ୍ର, ସନ୍ତୋଷିନୀ ବେହେରା, ସୁଶାନ୍ତ କୁମାର ପାତ୍ର, ନୀଳମାଧବ ଗୌଡ, ମାମିନୀ ବେହେରା, ସୁନିଲ କୁମାର ପଣ୍ଡା, ଇ.ଗାୟତ୍ରୀ, ଜ୍ଯୋତ୍ସ୍ନା ଜେନା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏନ୍ଏସି ପକ୍ଷରୁ କାର୍ଯ୍ୟକାରୀ ହୋଇଥିବା ଏବଂ ନିର୍ମାଣାଧୀନ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ କାର୍ଯ୍ୟ ନିର୍ବାହୀ ଅଧିକାରୀ  ସୂଚନା ଦେବାସହ ସହରବାସୀ ଙ୍କ ସହଯୋଗରେ ଏନ୍ଏସି ଆହୁରି ଆଗକୁ ବଢି ପାରିବ ବୋଲି କହିଥିଲେ।ସ୍ୱାୟତ୍ତ ଶାସନ ଦିବସ ଉପଲକ୍ଷେ ଏନ୍ଏସି ପକ୍ଷରୁ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାର କୃତି  ଛାତ୍ରୀ ଛାତ୍ର ମାନଙ୍କୁ  ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା । ସେହିପରି ଗଣମାଧ୍ୟମ ପ୍ରତିନିଧି ବୃନ୍ଦ ଏବଂ ବରିଷ୍ଠ ନାଗରିକ ମାନଙ୍କୁ ମଞ୍ଚରେ ସମ୍ମାନିତ କରାଯାଇଥିଲା ।  ସପ୍ତାହ ବ୍ଯାପି ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନାରେ ଏନ୍ଏସିର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ। ସଭା ପୂର୍ବରୁ ଦିଗପହଣ୍ଡି ବିଧାୟକ ଏନ୍ଏସି ର ବିଭିନ୍ନ ୱାର୍ଡରେ ନିର୍ମାଣ କରାଯାଇଥିବା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଥିଲେ। ଦିଗପହଣ୍ଡି ଥାନା ନିକଟରେ ଥିବା ଶ୍ମଶାନ ପରିସରରେ ପ୍ରଭୁ ଶିବ ଙ୍କ ମୂର୍ତ୍ତିର ଶୁଭ ଉଦଘାଟନ କରିଥିଲେ । ଏହାପରେ ନେଳିଆ ବନ୍ଧ ସୌନ୍ଦର୍ଯ୍ୟକରଣର ପ୍ରକଳ୍ପ, ପୁଞ୍ଜିକୟା ଛକ ସ୍ଥିତ ପୋଖରୀ ନିକଟରେ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ର ଶିଳାନ୍ୟାସ କରିବା ସହ ଜନତା ଲେନ ରେ ନବନିର୍ମିତ ନୂତନ ପାଠାଗାର ଓ ବହୁମୂଖୀ ଦୋକାନ ଗୃହ ର ଉଦଘାଟନ କରିଥିଲେ। ପରେ ବଜାର ସାହିର ଶ୍ରୀ ବାଙ୍କ ବିହାରୀ ମଠର ନବୀକରଣ ପ୍ରକଳ୍ପ , ବାଲାଜୀ ମଠ ଏବଂ ପାତାଳେଶ୍ବର ମନ୍ଦିର ନିକଟରେ ଉନ୍ନୟନ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ । ପରିଶେଷରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏନଏସିର ସମସ୍ତ କର୍ମଚାରୀ ମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ