ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଚା’ ବିକିଲେ ଦମ୍ପତି

ଚା’କୁ ଭଲ ପାଉଥିବା ଓ ଜୀବନରେ କିଛି ଭିନ୍ନ କରିବାର ଲକ୍ଷ୍ୟ ନେଇ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦମ୍ପତି ଚା ଦୋକାନ କରିଛନ୍ତି । ପୂଜରା ଓ ତାଙ୍କ ସ୍ୱାମୀ ନୀତିନ ବୟାନି ପୁଣେରେ ସଫ୍ଟୱେୟାର ଇଞ୍ଜିନିୟର ଭାବେ କାମ କରୁଥିଲେ । ଏମାନଙ୍କ ମାସିକ ଦରମା ଥିଲା ୧୫ ଲକ୍ଷ ଟଙ୍କା । ହେଲେ ୫ ମାସ ତଳେ ଏହି ଦମ୍ପତି ନାଗପୁରର ସିଏ ରୋଡରେ ‘ଚାଏ ଭିଲା ରିଫ୍ରେସ ଇୟୋରସେଲ୍ଫ’ ନାମରେ ଏକ ଚା ଦୋକାନ କରିଛନ୍ତି । ୧୫ରୁ ଅଧିକ ପ୍ରକାରର ଚା’ ଓ କଫି ମିଳୁଛି ଏହି ଷ୍ଟଲରେ । ହ୍ୱାଟସ ଆପ ଓ ଜୋମାଟୋ ମାଧ୍ୟମରେ ଅନ୍ଲାଇନ ଜରିଆରେ ମଧ୍ୟ ଏମାନେ ବ୍ୟବସାୟ କରୁଛନ୍ତି । ୧୦ ବର୍ଷର ଇଞ୍ଜିନିୟରିଂ ଭାବେ କାମ କରିବା ପରେ ଏବେ ଏହି ବ୍ୟବସାୟରେ ମାସକୁ ପ୍ରାୟ ୫ ଲକ୍ଷ ଟଙ୍କା ରୋଜଗାର କରି ଏହି ଦମ୍ପତି ଖୁସି ଥିବା କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ