କେରଳରେ ତୃତୀୟ କରୋନା ଆକ୍ରାନ୍ତ

କେରଳ : କେରଳରେ କରୋନା ଭାଇରସରେ ଆକ୍ରାନ୍ତ ଥିବା ତୃତୀୟ ବ୍ୟକ୍ତିଙ୍କର ଚିହ୍ନଟ କରାଯାଇଛି। ଏହାପୂର୍ବରୁ ୨ଜଣଙ୍କ ନିକଟରେ କରୋନାଭାଇରସ ପଜିଟିଭ ମିଳିବା ପରେ ଏମାନଙ୍କର ଏବେ ଆଇସୋଲେଶନ ଓ୍ବାର୍ଡରେ ଚିକିତ୍ସା ଚାଲିଛି। ତୃତୀୟ ବ୍ୟକ୍ତି ଜଣଙ୍କ କାସରାଗଡ ଅଞ୍ଚଳର ହୋଇଥିବା ବେଳେ ଏବେ ସେ କନଜାନଗଡ ଜିଲ୍ଲା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସୂଚନାଯୋଗ୍ୟ, ଚାଇନାରେ କରୋନା ଭାଇରସ ମହାମାରୀର ରୂପ ନେଇଛି । ଏଥିରେ ମୃତ୍ୟୁ ସଂଖ୍ୟା ୩୦୦ରୁ ଊର୍ଦ୍ଧ୍ବରେ ପହଞ୍ଚିଥିବାବେଳେ ଏଥିରେ ୧୭ ହଜାରରୁ ଉର୍ଦ୍ଧ୍ବ ବ୍ୟକ୍ତି ସଂକ୍ରମିତ ହୋଇଥିବା ସୂଚନା ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ