ପୁଣି ଜାମିଆରେ ଗୁଳିକାଣ୍ଡ

ନୂଆଦିଲ୍ଲୀ : ଦିଲ୍ଲୀର ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟର ୫ ନମ୍ବର ଗେଟରେ ରବିବାର ରାତି ପ୍ରାୟ ୧୨ଟାରେ ଫାଇରିଂ ଘଟଣା ଘଟିଛି । ମିଳିଥିବା ସୂଚନା ଅନୁସାରେ ଅଜ୍ଞାତ ଲୋକମାନେ ୟୁନିର୍ଭସିଟି ଗେଟ୍‌ ସମ୍ମୁଖରେ ଗୁଳି ମାଡ କରି ଫେରାର୍‌ ହୋଇଟାଇଛନ୍ତି । ତେବେ ଏହି ଗୁଳିମାଡରେ କେହି ଆହତ ହୋଇଥିବାର ଖବର ମିଳିପାରିନାହିଁ।
ରବିବାର ରାତି ଫାଇରିଂ ଘଟଣା ପରେ ପ୍ରତକ୍ଷ୍ୟଦର୍ଶୀମାନେ କହିଛନ୍ତି, ଫାଇରିଂ କରିଥିବା ଦୁର୍ବୃତ୍ତମାନେ ଲାଲ ରଙ୍ଗର ଏକ ସ୍କୁଟିରେ ଆସିଥିଲେ। ଜଣେ ଦୁର୍ବୃତ୍ତ ଲାଲ୍‌ ଜ୍ୟାକେଟ୍‌ ପିନ୍ଧିଥିବାର ସୂଚନା ରହିଛି। ଗୁଳିକାଣ୍ଡ ପରେ ସେଠାରେ ପୋଲିସ୍‌ ବିରୋଧରେ ବିରୋଧ ପ୍ରଦର୍ଶନ କରାଯାଇଥିଲା। ସେଠାରେ ପୋଲିସ୍‌ ରହିଥିବାସ୍ଥଳେ ଏପରି ଘଟଣା କିପରି ଘଟୁଛି ବୋଲି ପ୍ରଶ୍ନ କରାଯାଉଛି। ତେବେ ଜାମିଆଠାରେ ଏହା ତୃତୀୟ ଗୁଳିକାଣ୍ଡ ଘଟଣା। ଅପରପକ୍ଷରେ ରବିବାର ଦିଲ୍ଲୀ ପୁଲିସ୍‌ ଡିସିପି ଚିନ୍ମୟ ବିଶ୍ବାଳଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ଶହୀନ୍‌ ବାଗ୍‌ ଏବଂ ଜାମିଆ ମିଲିଆ ଇସ୍‌ଲାମିଆଠାରେ ଗୁଳିକାଣ୍ଡ ପରେ ତାଙ୍କର ବଦଳି ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ