କରୋନା ମୁକାବିଲା ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ଯାଜପୁର,-: ସମଗ୍ର ବିଶ୍ୱରେ ବର୍ତ୍ତମାନ ଆତଙ୍କ ସୃଷ୍ଟି କରିଚ୍ଥି କରୋନା ଭାଇରସ । ତିନି ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତି କେବଳ ଚାଇନାରେ ମୃତ୍ୟୁ ବରଣ କଲେଣି ବୋଲି ଗଣମାଧ୍ୟମ ଅବଗତ କରାଇଚ୍ଥନ୍ତି । ସେହିପରି ୨୩ ଟି ରାଷ୍ଟ୍ରରେ ଏହାର ଲକ୍ଷଣ ପରିପ୍ରକାଶର ସୂଚନା ମିଳିଚ୍ଥି । ଏହି ପରିପ୍ରେକ୍ଷୀରେ ଭାରତ ସରକାର ମଧ୍ୟ ସମସ୍ତ ରାଜ୍ୟ ମାନଙ୍କୁ ସତର୍କ କରାଇଚ୍ଥନ୍ତି । ଅପର ପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ମାଧ୍ୟମରେ ମଧ୍ୟ ଜରୁରୀ ଭିଡିଓ କନ୍ପଂରେନ୍ସ ଜରିଆରେ ସମସ୍ତ ଜିଲ୍ଲାପାଳ ଓ ମୁଖ୍ୟ ଚିକିତ୍ସାଧିକାରୀ ମାନଙ୍କୁ ସାମ୍ଭାବ୍ୟ ସ୍ଥିତିର ମୁକାବିଲା ଓ ସଚେତନତା ବ୍ୟବସ୍ଥା ଗ୍ରହଣ ପାଇଁ ପରାମର୍ଶ ଦିଆଯାଇଚ୍ଥି । ସୋମବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଊନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ କରୋନା ର ମୁକାବିଲା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ରଂଜନ କୁମାର ଦାସ କରୋନା ଭାଇରସ ଏକ ନୂଆ ରୋଗ ଭାବେ ବିଶ୍ୱରେ କାୟା ବିସ୍ତାର କରିଚ୍ଥି ବୋଲି କହିଥିଲେ । ଏହି ରୋଗର କୈାଣସି ପ୍ରତିଷେଧକ ନ ଥିବାରୁ ବ୍ୟାପକ ସଚେତନତା ହିଁ ଏହାକୁ ପ୍ରତିରୋଧ କରିବ ବୋଲି ସେ କହିଚ୍ଥନ୍ତି । ମୁଖ୍ୟତଃ ସଂକ୍ରମଣ ପ୍ରତିରୋଧକ, ହାତ ପରିଷ୍କାର ରଖିବା, ପଶୁ ମାନଙ୍କ ସଂସ୍ପର୍ଶରେ ନ ଆସିବା, ମାଂସ ଓ ଅଣ୍ଡା ଖାଇବା ପୂର୍ବରୁ ଊପଯୁକ୍ତ ଭାବେ ସିଝାଇ ଖାଇବାକୁ ଡାକ୍ତରମାନେ ପରାମର୍ଶ ଦେଊଥିବାରୁ ଏହାକୁ ପ୍ରତ୍ୟେକ ମାନି ଚଳିବାକୁ ଶ୍ରୀ ଦାସ ଅନୁରୋଧ କରିଚ୍ଥନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଅରୁଣ କୁମାର ପାତ୍ର କରୋନା ଏକ ବାୟୁ ବାହିତ ଓ ସଂକ୍ରାମକ ରୋଗ । ଏହାର ପ୍ରାରମ୍ଭିକ ଲକ୍ଷଣ ଜ୍ୱର ହେବା, ନାକରୁ ପାଣି ବହିବା, କାଶ ହେବା ଓ ଅତ୍ୟଧିକ ମାତ୍ରାରେ ଆକ୍ରାନ୍ତଙ୍କୁ ଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ ହେବା ଲକ୍ଷଣ ବୋଲି କହିବା ସହ ଏଭଳି ଲକ୍ଷଣ କ୍ଷେତ୍ରରେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ ଅନୁରୋଧ କରିଚ୍ଥନ୍ତି । ଚାଇନା ଓ ସଂକ୍ରମିତ ରାଷ୍ଟ୍ରରୁ ଆସୁଥିବା ବ୍ୟକ୍ତି ବିଶେଷ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଡାକ୍ତରଙ୍କ ଦ୍ୱାରା ନିଶ୍ଚିତ ପରୀକ୍ଷା କରାଇ ନେବାକୁ ଡା. ପାତ୍ର ଅନୁରୋଧ କରିଚ୍ଥନ୍ତି । ଅପର ପକ୍ଷରେ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ଏହି ରୋଗର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଥିବାରୁ ଜନସାଧାରଣ ଅଯଥା ଭୟଭୀତ ନ ହେବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଚ୍ଥି । ମୁଖ୍ୟ ଚିକିତ୍ସାଳୟରେ ଊନ୍ନତ ଚିକିତ୍ସା ପାଇଁ ଏକ ଆଇସୋଲେସନ ୱାର୍ଡ ମଧ୍ୟ ଖୋଲାଯାଇଚ୍ଥି ବୋଲି ଡା. ପାତ୍ର ସୂଚନା ଦେଇଚ୍ଥନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ସିଡିଭିଓ ଡା. ସରୋଜ କୁମାର ସାହୁ, ଭରତୀୟ ମେଡିକାଲ ସଂଘର ପ୍ରତିନିଧି ଡା. କ୍ଷୀରୋଦ ଚନ୍ଦ୍ର ମହାନ୍ତି, ବିଷୟ ବିଷାରଦ ଡା. ପାର୍ଥ ସାରଥୀ ମିଶ୍ର, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।


