ବାତ ଜ୍ୱର ନିରାକରଣ ନିମନ୍ତେ ପ୍ରସ୍ତୁତି ବୈଠକ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଛତ୍ରପୁର ବ୍ଲକ ଅନ୍ତର୍ଗତ ମ୍ୟୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱାରା ବାତଜ୍ୱର ନିରାକରଣ ନିମନ୍ତେ ସାର୍ବଜନୀନ ଔଷଧ ସେବନ ବିିଭିନ୍ନ ସଭା ଆୟୋଜନ ହୋଇଥିଲା । ସେହିପରି ସ୍ଥାନୀୟ ବ୍ଲକ ସମ୍ମିଳନୀ କକ୍ଷଠାରେ ବିଡିଓ ଅମ୍ବିକା ପ୍ରସାଦ ଦାସଙ୍କ ଅଧ୍ୟକ୍ଷତାରେ ଏକ ବ୍ଲକସ୍ତରୀୟ ସଚେତନ ସଭା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ସିଡିପିଓ କ୍ରୀଷ୍ଣା କୁମାରୀ ନନ୍ଦ, ଛତ୍ରପୁର ବ୍ଲକ ଶିକ୍ଷାଧିକାରୀ ଅବିନାଶ ଶତପଥୀ, ମ୍ୟୁନିଷିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଡା.ଏ.ତନୁଜାଙ୍କ ସମେତ ସମସ୍ତ ସିଆରସିସି, ଆଇସିଡିଏସ୍ ସୁପରଭାଇଜର, ସ୍ୱାସ୍ଥ୍ୟ ବିଭାଗର ସୁପରଭାଇଜର ଓ ଏନଭିବିଡିଟିଏସ ସୁଶାନ୍ତ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କୁ ନେଇ ମେଡିକାଲ ଅଫିସରଙ୍କ ପୌରହିତ୍ୟରେ ସ୍ଥାନୀୟ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଦୁଇ ବର୍ଷରୁ ୫ ବର୍ଷର ଛୁଆ, ୬ ବର୍ଷରୁ ୧୪ ବର୍ଷ କିଶୋର କିଶୋରୀ, ୧୪ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଯଥାକ୍ରମେ ୧,୨ ଓ ୩ଟି ଡିଇସି ବଟିକା ଓ ଗୋଟିଏ ଲେଖାଏଁ ଆଲଭେଣ୍ଡାଲ ଜଲ ଖାଇବେ ଓ ଦୁଇ ବର୍ଷରୁ କମ ଗର୍ଭବତୀ ମହିଳା, ଅତ୍ୟଧିକ ଅସୁସ୍ଥ ଥିବା ବ୍ୟକ୍ତି ଖାଇବେ ନାହିଁ ବୋଲି ସୂଚନା ଦିଆଯାଇଛି । କିଛି ପାଶ୍ୱର୍ ପ୍ରତିକ୍ରିୟା ହେଲେ ଭୟ କରିବାର ନାହିଁ । ସମଗ୍ର ବ୍ଲକରେ ଦୁଇଟି ମୋବାଇଲ ହେଲ୍‌ଥ ଟିମ୍ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ଗଣ ଓ ସମସ୍ତ ପାରା ମେଡିକାଲ କର୍ମଚାରୀ ଏହାର ତତ୍ୱାବଧାନ କରିବେ ବୋଲି ଆଲୋଚନା ହୋଇଛି । ଦୁଇଦିନ ପାଇଁ ଏକ ପ୍ରଚାର ଗାଡ଼ି ସାରା ବ୍ଲକରେ ପ୍ରଚାର ନିମନ୍ତେ ପ୍ରେରଣ କରାଯାଇଛି । ସମସ୍ତ କାର୍ଯ୍ୟକ୍ରମକୁ ମୁନିଷିପେଣ୍ଠ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ବରୁଣ କୁମାର ପାଣିଗ୍ରାହୀ ଓ ବିପିଏମ ସୀମାଂଚଳ ପ୍ରଧାନ ସୁଚାରୁ ରୂପେ ଆୟୋଜନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ