ଉତ୍କଳ ଗୈାରବ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ମାଲ୍ୟାର୍ପଣ

କେନ୍ଦ୍ରାପଡା ,(ଯୁଗାବ୍ଦ ନ୍ୟୁଜ୍‌): ଉତ୍କଳ ଗୈାରବ ମଧୁସୁଦନ ଦାସଙ୍କ ୮୭ତମ ତିରୋଧାନ ଦିବସ ଅବସରରେ କେନ୍ଦ୍ରାପଡା କୋର୍ଟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ଆଇନିଜୀବିମାନେ ସାମୁହିକ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଓକିଲ ସଞ୍ଜୟ କୁମାର ଜେନା, ଗୋବର୍ଦ୍ଧନ ରାଉତ, ବ୍ରଜସୁନ୍ଦର ରାଉତ, ଅରୁଣ ପ୍ରସାଦ ଦାସ, ଆଶିଷ କୁମାର ସାମଲ, ମାନସରଞ୍ଜନ ଧଳ, ନିରଞ୍ଜନ ବଳ, ଇତିହାସ ଲେଙ୍କା,ନିହାର ମହାପାତ୍ର, ରଞ୍ଜନ ପଣ୍ଡା, ମନୋଜ ସାହୁ, ଗଗନବିହାରୀ ଜେନା, ରମାକାନ୍ତ ସ୍ୱାଇଁ, ବିଚିତ୍ର ବାରିକ, ପ୍ରମୋଦ ନାୟକ, ରମାକାନ୍ତ କାନୁନଗୋ, ସୁବାଷ ଚନ୍ଦ୍ର ଚୈାଧୁରୀ ପ୍ରମୁଖ ଯୋଗଦେଇ ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନକରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ