କ୍ଷତିରେ ଗୋଆ କାର୍ବନ ଲିମିଟେଡ୍

ଗୋଆ, (ଏଜେନ୍ସି): ୨୦୧୭-୧୮ ଆର୍ଥିକ ବର୍ଷ ତୁଳନାରେ ୨୦୧୮-୧୯ ଆର୍ଥିକ ବର୍ଷରେ ଗୋଆ କାର୍ବନ ଲିମିଟେଡ଼ (ଜିସିଏଲ୍) ବିକ୍ରି ପରିମାଣ ହ୍ରାସ ପାଇଛି । ୨୦୧୭-୧୮ ଆର୍ଥିକ ବର୍ଷରେ ଜିସିଏଲ୍ ୨,୦୯,୩୪୩ ମେଟ୍ରିକ ଟନ୍ କାଲସିନେଡ଼ ପେଟ୍ରୋଲିୟମ କୋକ୍ ବିକ୍ରି କରିଥିବାବେଳେ ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ୧,୪୧,୭୦୧ ମେଟ୍ରିକ ଟନ୍ କାଲସିନେଡ଼ ପେଟ୍ରୋଲିୟମ କୋକ୍ ବିକ୍ରି କରିଛି । ଫଳରେ କମ୍ପାନୀର ବିକ୍ରିରେ ୧୧,୫୦୦ ଲକ୍ଷ ଟଙ୍କା ହ୍ରାସ ପାଇ କ୍ଷତି ପରିମାଣ ୧୦୮୩ ଲକ୍ଷ ଟଙ୍କା ହୋଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ୩ଟି ଯାକ ତ୍ରୈମାସରେ ଜିସିଏଲ୍ ଯଥାକ୍ରମେ ୧୭୬ ଲକ୍ଷ, ୭୫୬ ଲକ୍ଷ ଓ ୧୩୧୧ ଲକ୍ଷ ଟଙ୍କା କ୍ଷତି ସହିଛି । କଞ୍ଚା ପେଟ୍ରୋଲିୟମ କୋକ୍ ଆମଦାନୀ ଉପରେ ସୁପ୍ରିମକୋର୍ଟ ୨୦୧୮-୧୯ ଆର୍ଥିକ ବର୍ଷରେ ରହିତାଦେଶ ଜାରି କରିବା ଫଳରେ ଜିସିଏଲ୍କୁ ଏହାର କାରଖାନା ବନ୍ଦ କରିବାକୁ ପଡ଼ିଥିଲା । ଏହି କାରଣରୁ ପାରାଦ୍ୱୀପ ପ୍ଲାଣ୍ଟ ମଧ୍ୟ ୧୦୯ ଦିନ ବନ୍ଦ ରହିଥିଲା । ଏହି ସମୟରେ କଞ୍ଚାମାଲ ଦର ବୃଦ୍ଧି ପାଇବା ସହ ବିକ୍ରି ଦର ହ୍ରାସ ପାଇଥିଲା । ଏହି କାରଣରୁ କମ୍ପାନୀକୁ କ୍ଷତି ସହିବା ପାଇଁ ପଡ଼ିଲା । ଏହି ଧାରା ୨୦୧୯-୨୦ ଆର୍ଥିକ ବର୍ଷରେ ମଧ୍ୟ ଜାରି ରହିବାର ସମ୍ଭାବନା ରହିଛି ବୋଲି ଉଲ୍ଲେଖ କରାଯାଇଛି । ଯଦି ପରିସ୍ଥିତିରେ ସୁଧାର ନଆସେ ତାହାଲେ କମ୍ପାନୀ କେତେକ କଠୋର ନିଷ୍ପତ୍ତି ନେଇପାରେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ