ଧାନ କିଣିବା ପାଇଁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଯୋଗାଣ କମିଶନର, ସମବାୟ କମିଶନର ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର

ଛତ୍ରପୁର(ଯୁଗାବ୍ଦ ନ୍ୟୁଜ ): ଚଳିତ ବର୍ଷ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ଧାନ ବିକିବାକୁ ଥିବା ପଂଜିକୃତ ଚାଷୀମାନେ ୫୦ ହଜାରରୁ ଉଦ୍ଧ୍ୱର୍ ଚାଷୀ ତାଙ୍କ ଧାନ ବିକି ପାରିନାହାନ୍ତି । ସାଧାରଣ ନିର୍ବାଚନ ଆଳରେ ଚାଷୀମାନଙ୍କ ଧାନ କିଣାଗଲା ନାହିଁ । ଧନୀ ଚାଷୀ ଓ ପ୍ରଭାବଶାଳୀ ଚାଷୀମାନେ ଧାନ ବିକିଦେଲେ । କିନ୍ତୁ ଗରିବ ଓ ଭାଗ ଚାଷୀମାନେ ଏପ୍ରିଲ ମାସ ଶେଷ ପର୍ଯ୍ୟନ୍ତ ମଣ୍ଡି ଖୋଲିବେ ବୋଲି ଧାନ ବିକିବା ପାଇର୍ ଅନେଇ ବସିଛନ୍ତି । ଗଂଜାମ ଜିଲ୍ଲାର ୬ ଜଣ ମିଲର କେନ୍ଦ୍ରାପଡ଼ା ଜିଲ୍ଲାକୁ ଯାଇ ଏପ୍ରିଲ ମାସରେ ଧାନ କିଣି ଆଣି ଯୋଗାଣ ବିଭାଗକୁ ଦେଇଛି । ଆମର ମିଲର ଯାଇ ଅନ୍ୟ ଜିଲ୍ଲାରୁ କିଣିଥିବାବେଳେ ଯୋଗାଣ ବିଭାଗ ଚକ୍ରାନ୍ତ ଏବଂ ଦୁର୍ନୀତି ମନୋଭାବ ଯୋଗୁଁ ଗଂଜାମ ଚାଷୀ ଧାନ ନବିକି ମଧ୍ୟସ୍ଥି ବେପାରୀଙ୍କୁ ବିକି କୋଟି କୋଟି ଟଙ୍କା କ୍ଷତି ସହିଲେ । ଋଷିକୁଲ୍ୟା ରୟତ ମହାସଭା ବାରମ୍ବାର ଜିଲ୍ଲା ପ୍ରଶାସନକୁ ଜଣାଇବା ସହ ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣା ଦେବାରୁ ଗତ ୨୩ ତାରିଖରେ ଜିଲ୍ଲାପାଳ ଧାନ କିଣିବା ପାଇଁ ଯୋଗାଣ ବିଭାଗ କମିଶନରଙ୍କୁ ଚିଠି ଲେଖିଛନ୍ତି । ସେହିପରି ଗତ ଫେବୃୟାରୀ ମାସରେ ଧାନ କିଣିଥିବା ୩୦୦ ଚାଷୀ ୩୬୭୦.୩୯ କ୍ୱିଂଟାଲ ଧାନର ଟଙ୍କା ଏ ପର୍ଯ୍ୟନ୍ତ ପାଇନାହାନ୍ତି । ଜିଲ୍ଲାରେ ଚାଷୀଙ୍କଠାରୁ ୩୯,୩୪,୩୨୮ କ୍ୱିଂଟାଲ ଧାନ କିଣିବାକୁ ଟାର୍ଗେଟ ସରକାରଙ୍କଠାରୁ ଆସିଥିବାବେଳେ ଫେବୃୟାରୀ ମାସ ସୁଦ୍ଧା ୩୨,୬.୪୮୪ କ୍ୱିଂଟାଲ ଧାନ କିଣାଯାଇଛି । ଟାର୍ଗେଟ ଥାଇ ସୁଦ୍ଧା ଧାନ କାହିଁକି କିଣାଯାଉନି, ଜିଲ୍ଲା ପ୍ରଶାସନର ଅବହେଳାକୁ ଚାଷୀ ମହଲରେ ନିନ୍ଦା କରାଯାଇଛି । ଏଣୁ ମହାସଭା ତରଫରୁ ଯୋଗାଣ କମିଶନର, ସମବାୟ କମିଶନର କ୍ରିଷନ କୁମାର, ମୁଖ୍ୟ ଶାସନ ସଚିବ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଦାବିପତ୍ର ପ୍ରଦାନ କରାଯାଇଛି । ଆସନ୍ତା ୨୯ ତାରିଖ ଦିନ ଧାନମଣ୍ଡି ନଖୋଲିଲେ ଧାନବସ୍ତା ଆଣି ଜିଲ୍ଲା ଅଫିସ ଆଗରେ ଧାରଣା ଦିଆଯିବ ବୋଲି ମହାସଭା ତରଫରୁ ଏକ ପ୍ରେସ ବିବୃତି ଜରିଆରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ