ଭାଗବତ ସପ୍ତାହ ପାରାୟଣ କଲେ ମଣିଷ ଜୀବନ ସୁଦୃଢ ହୁଏ

କେନ୍ଦ୍ରାପଡ଼ା (ଓ୍ବାଇଏନଏସ):ଗରାପୁରସ୍ଥିତ ଦିବ୍ୟଜୀବନ ସଙ୍ଘ ଶିବାନନ୍ଦ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଜଗନ୍ନାଥ ମନ୍ଦିରରେ ଭାଗବତ ସପ୍ତାହ ପାରାୟଣକୁ ଉଦଘାଟନ କରି କହିଲେ ଭାଗବତ ମହାପୁରାଣ ସପ୍ତାହ ବିଧିବିଧାନ ଭାବରେ ପାରାୟଣ କଲେ ରାଜ୍ୟ, ଦେଶ ତଥା ସାରା ବିଶ୍ୱରେ ନିଶ୍ଚିତ ମଙ୍ଗଳ ହିଁ ମଙ୍ଗଳ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଭାଗବତ ପଠନ ମଣିଷର ମନ ଓ ଶରୀରକୁ ଶାନ୍ତି ଓ ସମୃଦ୍ଧି ପ୍ରଦାନ କରିବା ସହ ଜୀବନ ଗଠନରେ ସହାୟକ ହୋଇଥାଏ ବୋଲି ଶ୍ରୀମା ପ୍ରବଚନ ଦେଇ କହିଛନ୍ତି। ଶୁକ ପରିକ୍ଷିତ ସମ୍ବାଦ ଚରିତ୍ରରେ ଆମକୁ ଏହି ଶିକ୍ଷା ମିଳିଥାଏ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ସ୍ୱାମୀ ବିଶ୍ୱାତ୍ମାନନ୍ଦ ଗିରି ଯୋଗଦେଇ ଭାଗବତର ୪ଟି ଅକ୍ଷରକୁ ବର୍ଣ୍ଣନା କରିଥିଲେ। ସେ କହିଲେ ଭା ରେ ଭାବ, ଗରେ ଜ୍ଞାନ, ବରେ ବୈରାଗ୍ୟ ଓ ତରେ ତପସ୍ୟା। ଭାଗବତ ମହାପୁରାଣ ଭକ୍ତି, ମୁକ୍ତି ଓ ତପସ୍ୟାର ଗନ୍ତାଘର। ମଣିଷ ଜୀବନକୁ ସତ୍‌ମାର୍ଗରେ ଗଢିତୋଳିବାକୁ ହେଲେ ଜୀବନ ରାସ୍ତାର ମୁଖ୍ୟ ସ୍ରୋତ ହେଉଛି ଧର୍ମର ପଥ। ତେଣୁ ଆସନ୍ତୁ ଆମେ ସମସ୍ତେ ବସୁଧୈବ କୁଟୁମ୍ବକମ ନ୍ୟାୟରେ ମିଳିତ ହୋଇ ଧର୍ମ ପଥରେ ଯିବା ପାଇଁ ସଂକଳ୍ପ କରିବା। କ୍ୟାଣ୍ଟେନମେଣ୍ଟରୋଡ ସ୍ଥିତ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ଏହି ମହାନ କାର୍ଯ୍ୟକ୍ରମରେ ଡ. ଶୁଭ୍ରାଂଶୁଶେଖର ଲେଙ୍କା,ପ୍ରିୟଦର୍ଶିନୀ ଧଳ, ହେମନ୍ତ କୁମାର ପରିଡା, କିର୍ତ୍ତିଦାୟିନୀ ପରିଡା, ଗଗନ ଆଚାର୍ଯ୍ୟ, ଅର୍ଚ୍ଚନା ଗୋଏଙ୍କା, ଡ.ଅସିତ କୁମାର ଜେନା, ନିବେଦିତା ସାମଲ, ବିଜ୍ଞାନ ଜେନା, ଆଶୁତୋଷ ମହାନ୍ତି,ସାବିତ୍ରୀ ପରିଡା, ପୁନମ ନାୟକ ପ୍ରମୁଖ ଶତାଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ